ଅପରାଧ

କରଞ୍ଜିଆ ବନଖଣ୍ଡରୁ ୪ କିଲୋ ୫୦୦ ଗ୍ରାମ ବଜ୍ରକପ୍ତା କାତି ଜବତ , ୨ ଗିରଫ – Ibnodisha

[ad_1]

କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଖପରଖାଇ ଗାଁ ବନକର୍ମଚାରୀ ମାନେ ଜୈନେକ ବ୍ୟକ୍ତିଙ୍କ ଘରୁ ଚଢାଉ କରି ବଜ୍ରକପ୍ତା କାତି ଜବତ କରିଛନ୍ତି। ଏହି ଘଟଣାରେ ସଂପୃକ୍ତ ୨ ଜଣ ବ୍ୟକ୍ତିଙ୍କୁ ବନବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାଲେଇବେଡା ପଞ୍ଚାୟତ ଖପରଖାଇ ଗ୍ରାମର କରନ ହାଁନସଦା ଓ ବଡ଼ମହୁଲଡ଼ିହା ଗ୍ରାମର ଡୁବରାଜ ଗାଗରାଇ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଜଙ୍ଗଲରୁ ବଜ୍ରକପ୍ତା ଶିକାର କରି ତାର କାତିକୁ ଖାପରଖାଇ ଗ୍ରାମର କରନ ହାଁସଦା ତାଙ୍କ ଘରେ ରଖିଥିବାର କୌଣସି ସୂତ୍ରରୁ ବନବିଭାଗ ଖବର ପାଇଥିଲା। ଖବରପାଇ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ଏବଂ ସାଉଥ ଡି ଡି ଙ୍କ ନିର୍ଦ୍ଦେଶକ୍ରମେ ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ କିଶୋର ପାଣିଗ୍ରାହୀ, ଫରେଷ୍ଟର ନଳିନୀକାନ୍ତ ମହାନ୍ତ, ଚନ୍ଦ୍ରଭାନୁ ମହାନ୍ତ, ଫରେଷ୍ଟ ଗାର୍ଡ ମନୋଜ ବେହେରା,ସୁନୀଲ ସାହୁ, ପ୍ରମୋଦ ମହାନ୍ତଙ୍କ ସମେତ ବନବିଭାଗ ଉତ୍ତର ଓ ଦକ୍ଷିଣ ଡିଭିଜନର କର୍ମଚାରୀ ମାନେ ସର୍ଚ୍ଚ ୱାରେଣ୍ଟ ନେଇ ସକାଳେ ଖପରଖାଇ ଗ୍ରାମର କରନ ହାଁସଦାଙ୍କ ଘର ଭିତରେ ସର୍ଚ୍ଚକରି ୪ କିଗ୍ରା ୫୦୦ ଗ୍ରାମ ଓଜନର ବଜ୍ରକାପ୍ତା କାତି ଜବତ କରିଥିଲେ ଏବଂ କରନ ସମେତ ଘଟଣାରେ ସଂପୃକ୍ତ ଡୁବରାଜ୍ ଗାଗରାଇକୁ ଗିରଫ କରି ଠାକୁରମୁଣ୍ଡା ରେଞ୍ଜ କାର୍ଯ୍ୟାଳୟକୁ ଆଣିଥିଲେ। ଏନେଇ ଠାକୁରମୁଣ୍ଡା ରେଞ୍ଜ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ କେଶ ନମ୍ବର ୧୨୯ ଅନୁଯାୟୀ ମାମଲା ରୁଜ୍ଜୁ କରିବା ସହିତ ବନବିଭାଗ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି। ବର୍ତ୍ତମାନ ଶିମିଳିପାଳ ଅଭୟାରଣ୍ୟରେ ମିଳିତ ପେଟ୍ରୋଲିଂ ଚାଲିଥିଲେ ବି ଶିକାରୀମାନେ ବନବିଭାଗ କର୍ମଚାରୀଙ୍କୁ ଚକମା ଦେଇ ବିଭିନ୍ନ ସମୟରେ ବନ୍ୟଜନ୍ତୁ ଶିକାର କରୁଥିବା ଘଟଣା ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି। ତେଣୁ ବନ୍ୟଜନ୍ତୁ ଶିକାର କରୁଥିବା ଶିକାରୀମାନଙ୍କୁ କୋଠର ଦଣ୍ଡ ବିଧାନର ବ୍ୟବସ୍ଥା କଲେ ଆଗାମୀ ଦିନରେ ଶିକାର ରୋକିବା ପାଇଁ ସହାୟକ ହୋଇ ପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଉଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button