ଅପରାଧ

ମହିଳାଙ୍କୁ ହତ୍ୟା ଧମକ ଦେଇ ଜଣେ ଗିରଫ – Ibnodisha

[ad_1]

ଭୁବନେଶ୍ୱର: ପ୍ରେମ ସମ୍ପର୍କ ରଖିବାକୁ ମନା କରିବାରୁଚ ଜଣେ ମହିଳାଙ୍କୁ ହତ୍ୟା ଦେଇ ଜଣେ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ମେ ଶ୍ୱର ଶିଳ୍ପା ଳରେ ରହୁଥିବା ତ୍ରିଲୋଚନ ସେଠୀ । ମୈତ୍ରୀ ବିହାର ଥାନା ପୁଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ସୂଚନା ଯୋଗ୍ୟ ଯେ, ଗତ ୧ ବର୍ଷ ପୂର୍ବରୁ ଅଭିଯୋଗକରିଣୀଙ୍କର ଅଭିଯୁକ୍ତଙ୍କ ସହିତ ସମ୍ପର୍କ ରହିଥିଲା ଏବଂ ଗତ ଦୁଇ ମାସ ତଳେ ସେମାନଙ୍କ ମଧରେ ବିଚ୍ଛେଦ ହୋଇଥିଲା । ଉଭୟଙ୍କ ମଧ୍ୟରେ କୌଣସି ବା ର୍ାଳାପ ହେଉନଥିବରୁ ଅଭିଯୁକ୍ତ ଜଣକ ବାରମ୍ବାର ଅଭିଯୋଗକାରିଣୀଙ୍କୁ ଯୋଗାଯୋଗ କରିଆସୁଥିଲେ ।

ଏଥିରେ ଅତିଷ୍ଟ ହୋଇ ସେ ଅଭିଯୁକ୍ତର ମୋବାଇଲ ନମ୍ବରକୁ ବ୍ଲକରେ ରଖିଥିଲେ । ଅଭିଯୁକ୍ତ ଜଣକ ଯୋଗାଯୋଗର କୌଣସି ବିକଳ୍ପ ନପାଇ ଅଭିଯୋଗକାରିଣୀଙ୍କର ପରିବାର ସଦସ୍ୟଙ୍କୁ ଯୋଗାଯୋଗ କରିବା ସହ ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଧମକ ଦେଇଥିଲେ । ଗତ ତା ୨୭.୦୮.୨୦୨୩ ରିଖ ମଧ୍ୟ ରାତିରେ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କ ଘର ନିକଟକୁ ଆସିଥିଲେ ଏବଂ ତାଙ୍କୁ ବାହାରକୁ ଡାକି ତାଙ୍କ ସହିତ ସମ୍ପର୍କରେ ନରହିଲେ ପରିଣାମ ଭୟଙ୍କର ହେବାର ଧମକ ଦେଇଥିଲେ । ଏନେଇ ପୀଡିତା ମୈତ୍ରୀବିହାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ୱୀକାର କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button