ଦେଶ

ଭୋଭୋ ହୋଇ କାନ୍ଦି ନ୍ୟାୟ ମାଗୁଛନ୍ତି ରାକ୍ଷୀ – Ibnodisha

[ad_1]

ନୂଆଦିଲ୍ଲୀ: ବିଲଉଡ ଅଭିନେତ୍ରୀ ଓ ବିବାଦୀୟ କୁଇନ ରାକ୍ଷୀ ସାୱନ୍ତ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାକୁ ଆସିଥାଆନ୍ତି । ଏଇ କିଛି ହେବ ରାକ୍ଷୀ ଓ ତାଙ୍କ ସ୍ୱାମୀ ଆଦିଲ ଦୁର୍ରାନୀଙ୍କ ମଧ୍ୟରେ ବିବାଦ ଚାଲିଛି । ଦୁହେଁ ପରସ୍ପର ବିରୋଧରେ ଗମ୍ଭୀର ଅଭିଯୋଗ କରୁଛନ୍ତି । ଆଦିଲଙ୍କ କହିବାନୁସାରେ, ରାକ୍ଷୀ ତାଙ୍କୁ ଫସାଇ ଦେଇଛନ୍ତି । ସେହିପରି ରାକ୍ଷୀ କହିଛନ୍ତି, ଆଦିଲ ତାଙ୍କ ସହିତ ଖରାପ ବ୍ୟବହାର କରିଛନ୍ତି । ତାଙ୍କର ଅଶ୍ଳୀଳ ଭିଡିଓ ବି କରିଛନ୍ତି । ଯାହାକୁ ବିକ୍ରି କରି ସେ ଟଙ୍କା ରୋଜଗାର ବି କରିଛନ୍ତି । ଏହି କ୍ରମରେ ରାକ୍ଷୀ ମକ୍କା ମଦିନାରୁ ଏକ ଭିଡିଓ ସେୟାର କରିଛନ୍ତି ।

ଯେଉଁଥିରେ ସେ ଭୋଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳୁଛି । ରାକ୍ଷୀଙ୍କ କାନ୍ଦୁଥିବା ଭିଡିଓକୁ ବିରଲ ବୟାନି ତାଙ୍କ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳୁଛି କି, ସେ ମକ୍କା ମଦିନାରେ ଅଛନ୍ତି । ଭିଡିଓରେ ରାକ୍ଷୀ ବୁର୍କା ପିନ୍ଧିଛନ୍ତି । ଆଉ ଆଦିଲ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ନେଇ ?ଭୋଭୋ ହୋଇ କାନ୍ଦୁଛନ୍ତି । ଭିଡିଓରେ ରାକ୍ଷୀ କହୁଛନ୍ତି, ‘ମୁଁ କ’ଣ କରିବି? ବଲିଉଡରେ ଷ୍ଟାର ହେବାପ?ାଇଁ ତୁମେ ମୋ ସହ ମିଛରେ ବିବାହ କରିଛ । ହେ ଅଲ୍ଲାହ ମୋ ସହିତ ନ୍ୟାୟ ହେଉ । ଜଣେ ମହିଳାଙ୍କ ଜୀବନ ନଷ୍ଟ କରି ଦେଇଛି ଆଦିଲ । ହେ ଖୁଦା ମୁଁ ଆପଣଙ୍କ ପାଖକୁ ଅଭିଯୋଗ ନେଇ ଆସିଛି । ମୋ ସହିତ ନ୍ୟାୟ ହେଉ । ମୋ ସହିତ ଏ କ’ଣ ହୋଇଗଲା? ତେବେ ଏହି ଭିଡିଓ ଆସିବା ପରେ ରାକ୍ଷୀ ଟ୍ରୋଲର ଶିକାର ହୋଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button