ଦେଶ

ଗାଁରେ ପହଞ୍ଚିଲା ଟ୍ୟାଙ୍କ, ଲୋକ ଦେଖି ହୋଇଗଲେ ତାଜୁବ – Ibnodisha

[ad_1]

ମଥୁରା: ଗାଁରେ ପହଞ୍ଚିଲା ଟ୍ୟାଙ୍କ | ଆଉ ଗାଁରେ ଟ୍ୟାଙ୍କ ପହଞ୍ଚିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ | ଟ୍ୟାଙ୍କ ଆଖପାଖରେ ଗ୍ରାମବାସୀ ରୁଣ୍ଡ ହେବାପରେ ଯେତେବେଳେ ପ୍ରକୃତ କଥା ଜାଣିଲେ ସମସ୍ତେ ଖୁସିରେ ଆତ୍ମବିଭୋର ହୋଇଉଠିଲେ | ମିଳିଥିବା ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ଉତ୍ତରପ୍ରଦେଶର ମଥୁରାରେ ଏକ ଟି -୫୫ ଟ୍ୟାଙ୍କ ପହଞ୍ଚିଥିଲା | ଏହି ଟ୍ୟାଙ୍କ ସେନା ପୁରସ୍କାର ପ୍ରାପ୍ତ ସହିଦ ବବ୍ଲୁ ସିଂଙ୍କ ଗାଁରେ ପହଞ୍ଚିଥିଲା | ସୂଚନା ଅନୁଯାୟୀ ପୁଣେରୁ ଏହି ଟ୍ୟାଙ୍କ ମଥୁରାକୁ ଅଣାଯାଇଛି। ଆମେ ଆପଣଙ୍କୁ କହିରଖୁଛୁ ଯେ ୨୦୧୬ ମସିହାରେ ବବ୍ଲୁ ସିଂ ନାଉଗାଓଁ ସେକ୍ଟରରେ ଆତଙ୍କବାଦୀଙ୍କ ସହ ଲଢୁଥିବାବେଳେ ସହିଦ ହୋଇଥିଲେ।

ସହିଦ ବବ୍ଲୁ ସିଂଙ୍କ ମୃତ୍ୟୁ ପରେ ସେବା ପଦକ ପ୍ରଦାନ କରାଯାଇଥିଲା। ତେବେ ଗାଁରେ ସହିଦଙ୍କ ସ୍ମାରକୀରେ ଟ୍ୟାଙ୍କ ରଖିବାକୁ ପରିବାର ସଦସ୍ୟ ସେନାକୁ ଅନୁରୋଧ କରିଥିଲେ। ସହିଦଙ୍କ ପରିବାରର ଅନୁରୋଧକୁ ଗ୍ରହଣ କରି ସେନା ସହିଦଙ୍କ ସ୍ମାରକୀରେ ଟି -୫୫ ଟ୍ୟାଙ୍କ ରଖିବାକୁ ନିର୍ଦ୍ଦେଶ ଦେଇଥିଲା।

ଆଉ ଗତକାଲି ଟ୍ୟାଙ୍କ ଆସିବା ପରେ ଏହାକୁ ସହିଦ ବବ୍ଲୁ ସିଂଙ୍କ ପୈତୃକ ଗ୍ରାମ ଝାଣ୍ଡିପୁରରେ ନିର୍ମିତ ସହିଦ ସ୍ମାରକୀରେ ସ୍ଥାପିତ ହୋଇଛି | ତେବେ ଯେତେବେଳେ ସେନା ଟ୍ୟାଙ୍କ ଗ୍ରାମରେ ପହଞ୍ଚିଲା ସେତେବେଳେ ହଜାର ହଜାର ଗ୍ରାମବାସୀ ଏହାକୁ ଦେଖିବା ପାଇଁ ଏକତ୍ରିତ ହୋଇଥିଲେ। । ସେହି ଟ୍ୟାଙ୍କ ଦେଖିବା ପରେ ଗ୍ରାମବାସୀଙ୍କ ଖୁସିରେ ନାଚି ଉଠିଥିଲେ | ଉଲ୍ଲେଖ ଥାଉ କି ଯେ ସହିଦ ବବ୍ଲୁ ସିଂ ୨୦୦୫ ରେ ଜାଟ ରେଜିମେଣ୍ଟରେ ନିଯୁକ୍ତ ହୋଇଥିଲେ ଏବଂ ଶତ୍ରୁମାନଙ୍କ ସହ ଲଢ଼ିବାବେଳେ ସେ ୨୦୧୬ରେ ସହିଦ ହୋଇଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button