ମନୋରଞ୍ଜନ

ମୋ ଚୁଟି କାଟି ସୁଇମିଂ ପୁଲରେ ଫିଙ୍ଗିଦେଇଥିଲେ ମିଥୁନ; ପୁରୁଣା ଦିନ ମନେ ପକାଇ ଏଭଳି କହିଲେ ଶକ୍ତି କପୁର – Ibnodisha

[ad_1]

ମୁମ୍ବାଇ: ବଲିଉଡ ଅଭିନେତା ଶକ୍ତି କପୁର ଖଳନାୟକ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏବେ ବି ତାଙ୍କ ଫିଲ୍ମର ସଂଳାପ ଲୋକଙ୍କ ମୁହଁରେ ରହିଛି। ଅନେକ ସମୟରେ ତାଙ୍କ ଅଭିନୟ ଓ ସଂଳାପ କହିବାର ଶୈଳୀକୁ ନେଇ ଚର୍ଚ୍ଚା ହୁଏ। ଶକ୍ତି କପୁର ଏଫଟିଆଇଆଇରୁ ଅଧ୍ୟୟନ କରି ଫିଲ୍ମ ଦୁନିଆରେ ପାଦ ଦେଇଥିଲେ। ଏଫଟିଆଇଆଇରେ ପଢ଼ିବା ସମୟରେ ତାଙ୍କର ସିନିୟର ଥିଲେ ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ଏବେ ଏକ ପଡକାଷ୍ଟରେ ଏଫଟିଆଇଆଇର କିଛି ସ୍ମୃତି ସେୟାର କରିଛନ୍ତି ଶକ୍ତି। ଏଫଟିଆଇଆଇରେ ଥିବା ସମୟରେ କିଭଳି ମିଥୁନ ଚକ୍ରବର୍ତ୍ତୀ ତାଙ୍କୁ ରାଗିଂ କରୁଥିଲେ ତାହା ଜଣାଇଛନ୍ତି ଶକ୍ତି କପୁର। ତାଙ୍କର କେଶ କାଟି ଦିଆଯାଇଥିବା ସହ ରାତିରେ ତାଙ୍କୁ ଏକ କୋଠରୀରେ ବନ୍ଦ କରି ଦିଆଯାଇଥିଲା ବୋଲି ଶକ୍ତି କପୁର କହିଛନ୍ତି।

ତାଙ୍କ କହିବା ମୁତାବକ, ଯେତେବେଳେ ମୁଁ ଏଫଟିଆଇଆଇର ହଷ୍ଟେଲରେ ପ୍ରବେଶ କଲି, ସେତେବେଳେ  ଜଣେ ବ୍ୟକ୍ତି କାମ କରୁଥିବାର ଦେଖିଲି। ସେହି ବ୍ୟକ୍ତି ଥିଲେ ମିଥୁନ ଚକ୍ରବର୍ତ୍ତୀ। ମୁଁ ତାଙ୍କ ପାଖକୁ ଯାଇ ପଚାରିଲି ବିୟର ଦରକାର କି? ଏହା ଶୁଣି ସେ ମନା କରିଥିଲେ। ପରେ ମୋ କେଶ ଧରି ମୁଁ ତୁମ ସିନିୟର ବୋଲି କହିବା ସହ ରୁମକୁ ଟାଣି ନେଇଥିଲେ। ରୁମର ଗୋଟିଏ କୋଣରେ ବସିବାକୁ କହି ସେ ତାଙ୍କ ସାଙ୍ଗମାନଙ୍କୁ ଡାକିଥିଲେ। ଏହା ପରେ ମୋର ଚୁଟି କାଟିଦେବା ସହ ମାତେ କିଛି ଘଣ୍ଟା ଅନ୍ଧାରରେ ରଖିଥିଲେ। ପରେ ମୋତେ ରୁମରୁ ନେଇ ସୁଇମିଂ ପୁଲରେ ଫିଙ୍ଗି‌ ଦେଇଥିଲେ ମିଥୁନ ଚକ୍ରବର୍ତ୍ତୀ । ଏସବୁ ଦେଖି ମୁଁ ଡରିଯାଇଥିଲି। ହେଲେ ଦିନ ବିତିବା ସହ ଆମେ ଦୁହେଁ ଭଲ ସାଙ୍ଗ ହୋଇଯାଇଥିଲୁ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button