ଦେଶ

ପେଟକୁ ଥଣ୍ଡା ରଖେ କନ୍ଦମୂଳ, ଗ୍ଯାସ ଏବଂ ଅପଚ ସମସ୍ଯାକୁ ମଧ୍ଯ କରିଥାଏ ଦୂର

ଅଧିକାଂଶ ଲୋକମାନେ କନ୍ଦମୂଳ ଖାଇବାକୁ ଖୁବ୍ ପସନ୍ଦ କରିଥାନ୍ତି। କିଛି ଲୋକମାନେ କନ୍ଦମୂଳକୁ ଚାଟ୍ ଆକାରରେ ଖାଇବାକୁ ପସନ୍ଦ କରିଥାନ୍ତି। ଅନ୍ଯ ଚଟପଟା ଖାଦ୍ଯ ଖାଇବା ବ୍ଯତୀତ କନ୍ଦମୂଳ ଖାଇବା ଭଲ। କାରଣ ଏଥିରେ ପ୍ରଚୁର ମାତ୍ରାରେ ଆଇରନ ରହିଥାଏ, ଯାହା ଶରୀରକୁ ଶକ୍ତି ଦେବା ସହ ଉତ୍ତମ ରଖିଥାଏ। ତେବେ ଆସନ୍ତୁ ଜାଣିବା କନ୍ଦମୂଳର ଅନ୍ଯ ଫାଇଦା ସମ୍ପର୍କରେ।

ପେଟକୁ ଥଣ୍ଡା ରଖେ କନ୍ଦମୂଳ

ଭୋଜନ ପରେ କିଛି ଲୋକମାନଙ୍କ ଛାତିରେ ଜଳନ ହୋଇଥାଏ କିମ୍ବା ପେଟ ଓଜନ ଲାଗିଥାଏ। କନ୍ଦମୂଳ ଖାଇବା ଦ୍ବାରା ପେଟ ଥଣ୍ଡା ରହିଥାଏ। ଏଥିସହ କନ୍ଦମୂଳ ଖାଇବା ଦ୍ବାରା ପେଟରେ ଜଳନ ଏବଂ ଗ୍ଯାସ ସମସ୍ଯାରୁ ମୁକ୍ତି ମିଳିଥାଏ।

potato-1ଓଜନକୁ ନିୟନ୍ତ୍ରଣରେ ରଖେ କନ୍ଦମୂଳ

ଆମ ଶରୀରରେ ଗୁଡ୍ ଏବଂ ବ୍ଯାଡ୍ ଦୁଇ ପ୍ରକାର ଫ୍ଯାଟ ରହିଥାଏ। ଅଧିକ ମସଲା ଏବଂ ତେଲିଆ ଯୁକ୍ତ ଖାଦ୍ଯ ଖାଇବା ଦ୍ବାରା ଶରୀରରେ ବ୍ଯାଡ୍ ଫ୍ଯାଟ୍ ଜମା ହୋଇଥାଏ। ଗୁଡ୍ ଫ୍ଯାଟ ହେଉଛି, ଯେଉଁଥିରେ ଆମ ଶରୀରକୁ ଶକ୍ତି ଏବଂ ବଳ ମିଳିଥାଏ। ଏହି କାରଣରୁ ଯେଉଁ ଲୋକମାନେ ଭାବୁଛନ୍ତି କନ୍ଦମୂଳ ଖାଇବା ଦ୍ବାରା ଓଜନ ବଢିଥାଏ ତାହା ସମ୍ପୂର୍ଣ୍ଣ ଭୁଲ୍। ବରଂ ଡାଏଟ୍ ଚାଟ୍ ରେ କନ୍ଦମୂଳ ଖାଇବା ଲାଭ ମିଳିଥାଏ। କାରଣ ଏହା ଅଧିକ ସମୟ ପର୍ଯ୍ଯନ୍ତ ଭୋକୁ ନିୟନ୍ତ୍ରଣରେ ରଖିଥାଏ।

potato-ଫୁସଫୁସ୍ ପାଇଁ ଲାଭକାରୀ ହୋଇଥାଏ କନ୍ଦମୂଳ

ପ୍ରଦୂଷଣ ଯୁକ୍ତ ବାତାବରଣରେ ରହିବା ଦ୍ବାରା ସବୁଠାରୁ ଅଧିକ ପ୍ରଭାବ ଫୁସଫୁସ୍ ଉପରେ ହିଁ ପଡିଥାଏ। ଏହିକାରଣରୁ କନ୍ଦମୂଳ ଖାଇବା ଦ୍ବାରା ଶ୍ବାସ ପ୍ରଣାଳୀରେ ଜମା ହୋଇଥିବା ଅପରିସ୍କାର ଜିନିଷ ସଫା କରିବାରେ ସାହାଯ୍ଯ କରିଥାଏ। ଏହାଦ୍ବାରା ଫୁସପୁସ୍ ପର୍ଯ୍ଯନ୍ତ ଅକ୍ସିଜେନ୍ ବହୁତ ଜଲଦି ପହଞ୍ଚିପାରିଥାଏ ଏବଂ ବହୁତ ଦିନ ପର୍ଯ୍ଯନ୍ତ ଫୁସଫୁସ୍ ସୁସ୍ଥ ରହିଥାଏ।

ଆଖି ପାଇଁ ଲାଭକାରୀ କନ୍ଦମୂଳ

କନ୍ଦମୂଳରେ ବିଟା କ୍ଯାରୋଟିନ ଏବଂ ଭିଟାମିନ-ଏ ପ୍ରଚୁର ମାତ୍ରାରେ ରହିଥାଏ। ଏହି ଦୁଇଟି ତତ୍ତ୍ବ ଆଖିର ଉଜ୍ବଳତା ବଜାୟ ରଖିବାରେ ସାହାଯ୍ଯ କରିଥାଏ।

potatoହୃଦୟ ରୋଗ ପାଇଁ ମଧ୍ଯ ଲାଭକାରୀ

ହୃଦୟ ସମ୍ବନ୍ଧୀୟ ରୋଗରେ ପୀଡିତ ଥିବା ଲୋକମାନଙ୍କୁ ଅନେକ ଭାବିଚିନ୍ତି ଭୋଜନ କରିବାକୁ ପଡିଥାଏ। କନ୍ଦମୂଳରେ କାର୍ଡିୟୋପ୍ରୋଟେକ୍ଟିଭ ନାମକ ତତ୍ତ୍ବ ରହିଥାଏ, ଯାହା ହୃଦ୍ ରୋଗ ସମ୍ବନ୍ଧୀୟ ସମସ୍ଯାକୁ ଦୂର କରିଥାଏ। ଏହିକାରଣରୁ ହୃଦ୍ ରୋଗ ସମସ୍ଯା ଥିବା ବ୍ଯକ୍ତିମାନେ ସପ୍ତାହରେ ୩ ରୁ ୪ ଥର ମଧ୍ଯ ସେବନ କରିପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button