ଗୋଟିଏ ଜିଦ ପାଇଁ ପୁଅକୁ ହତ୍ୟା ପରେ ଜୀବନ ହାରିଦେଲେ ବାପା – Ibnodisha

[ad_1]
ନୂଆଦିଲ୍ଲୀ: ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ପ୍ରାୟତଃ ଛୋଟବଡ଼ କଥାକୁ ନେଇ ଝଗଡ଼ା ଲାଗି ରହିଥାଏ। କିନ୍ତୁ ଏହି ଝଗଡ଼ା ସମୟସମୟରେ ଏତେ ବଢ଼ି ଯାଇଥାଏ କି ବିବାହ ବିଚ୍ଛେଦ ଯାଏଁ କଥା ଚାଲିଯାଇଥାଏ। ନିକଟରେ ବିବାହ ବିଚ୍ଛେଦ ଘଟଣାକୁ ନେଇ ଏକ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଏହି ଝଗଡ଼ା ହେତୁ ଜଣେ ମହିଳା ଏକାସହିତ ତାଙ୍କ ସ୍ବାମୀ ଓ ପୁଅକୁ ହରାଇ ଦେଇଛନ୍ତି। ପାରିବାରିକ କଳହ ହେତୁ ସ୍ତ୍ରୀ ଏକବର୍ଷ ହେବ ବାପଘରକୁ ଚାଲିଯାଇଥିଲେ। ସ୍ତ୍ରୀଙ୍କୁ ଅନେକ ଥର ସ୍ବାମୀ ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ ହେଁ ମହିଳା ରାଜି ହେଉ ନଥିଲେ। ସେ ଛାଡ଼ପତ୍ର ପାଇଁ ଜିଦ ଧରି ବସିଥିଲେ। ଏହି ଘଟଣାକୁ ନେଇ ସ୍ବାମୀ ଅଜିମୁଲ୍ଲାହ ଚିନ୍ତାରେ ରହୁଥିଲେ। ସେ କ’ଣ କରିବେ କ’ଣ ନାହିଁ କିଛି ଚିନ୍ତା କରି ପାରୁ ନଥିଲେ। ନିକଟରେ ସେ ଆଉ କୌଣସି ନିଷ୍ପତ୍ତି ନେଇ ପାରି ନଥିଲେ ଶେଷରେ ସେ ତାଙ୍କ ପୁଅକୁ ହତ୍ୟା କରିବା ପରେ ନିଜେ ଜୀବନ ହାରି ଦେଇଥିଲେ। ପୁଅ ହତ୍ୟା ସହିତ ନିଜ ଜୀବନ ହାରିବା ଘଟଣାର ଭିଡିଓ କରି ଅଜିମୁଲ୍ଲାହ ସ୍ତ୍ରୀଙ୍କ ପାଖକୁ ପଠାଇ ଦେଇଥିଲେ।
ସ୍ବାମୀଙ୍କ ଠାରୁ ଏହି ଭିଡିଓ ପାଇବା ପରେ ସ୍ତ୍ରୀ ହରୀରା ଭାଇ ସହିତ ଶାଶୁଘରେ ପହଞ୍ଚିଥିଲେ କିନ୍ତୁ ସେତେବେଳକୁ ସବୁ ଶେଷ ହୋଇଯାଇଥିଲା। ହରୀରା ଏକାସହିତ ନିଜ ପୁଅ ଓ ସ୍ବାମୀଙ୍କୁ ହରାଇ ଦେଇଥିଲେ। ପୁଲିସ ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ଅଜିମୁଲ୍ଲାହ ଓ ତାଙ୍କ ପୁଅଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହିତ ଘଟଣାର ଯାଞ୍ଚ ଆରମ୍ଭ କରିଛି।
[ad_2]




