ରାଜ୍ୟ

ଭୀମ ପୃଷ୍ଟି ୪୪ତମ ଶାରଳା ପୁରସ୍କାରରେ ସମ୍ମାନିତ; ବେଣୁଧର ଓ ମୋହିନୀ ମୋହନଙ୍କୁ କଳା ସମ୍ମାନ – Ibnodisha

[ad_1]

ଭୁବନେଶ୍ୱର: ଶ୍ରେଷ୍ଠସାହିତ୍ୟ କୃତି ପାଇଁ ପ୍ରତିବର୍ଷଇଣ୍ଡିଆନ୍‍ ମେଟାଲ୍‍ସ ପବ୍ଲିକ୍‍ ଚାରିଟେବୁଲଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବାମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତବର୍ଷସୁଖ୍ୟାତ କଥାକାରଭୀମ ପୃଷ୍ଟିଙ୍କୁ ପ୍ରଦାନ କରାଯାଇଛି ।ଗୁରୁବାରସନ୍ଧ୍ୟାରେସ୍ଥାନୀୟସ୍ୱସ୍ତି ପ୍ରିମିୟମ୍‍ ହୋଟେଲରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେମୁଖ୍ୟ ଅତିଥି ଭାବେଯୋଗ ଦେଇ ବିଶିଷ୍ଟମରାଠୀଲେଖକ ଡ. ଜ୍ଞାନେଶ୍ୱରମୁଲେଶ୍ରୀ ପୃଷ୍ଟିଙ୍କୁଏହି ପୁରସ୍କାର ପ୍ରଦାନ କରିଛନ୍ତି । ଉପନ୍ୟାସ ‘ଜମ୍ବୁଲୋକ’ ପାଇଁ ପ୍ରାପ୍ତ ଏହି ପୁରସ୍କାରଭାବରେଲେଖକଙ୍କୁତାମ୍ରଫଳକସହିତ ପାଞ୍ଚଲକ୍ଷଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ଏଥିସହିତକଳାକ୍ଷେତ୍ରରେଜୀବନବ୍ୟାପିସାଧନା ପାଇଁ ଦୁଇଲକ୍ଷଟଙ୍କାଲେଖାଏଁ ଅର୍ଥରାଶି ଓ ତାମ୍ରଫଳକସହବର୍ଷିୟାନ୍‍ ପଟ୍ଟଚିତ୍ରଶିଳ୍ପୀଗୁରୁବେଣୁଧର ମହାପାତ୍ରଏବଂ ପ୍ରସିଦ୍ଧ ବଂଶୀବାଦକ ଗୁରୁମୋହିନୀମୋହନ ପଟ୍ଟନାୟକଙ୍କୁ ‘ଇଲା-ବଂଶୀଧର ପଣ୍ଡାକଳା ସମ୍ମାନ’ ପ୍ରଦାନ କରାଯାଇଛି ।

ଉତ୍ସବରେ ଅଧ୍ୟକ୍ଷତା କରିଇମ୍ପାକ୍ଟରଟ୍ରଷ୍ଟିଶ୍ରୀମତୀ ପାରମିତା ପଣ୍ଡାକହିଥିଲେ ଯେ ଏବେଓଡ଼ିଆଭାଷା ଦେଶରଷଷ୍ଠ ପ୍ରାଚୀନ ଭାଷାଭାବେଶାସ୍ତ୍ରୀୟମାନ୍ୟତା ପାଇବା ପରେଉଭୟସରକାରୀ ଓ ବେସରକାରୀସ୍ତରରେଓଡ଼ିଆଭାଷାକୁନେଇତତ୍ପରତାବୃଦ୍ଧିହୋଇଛି । ଆଜିକୁ ଚାରି ଦଶନ୍ଧିତଳେଓଡ଼ିଆଭାଷା-ସାହିତ୍ୟରସମୂହବିକାଶ ଓ ସମୃଦ୍ଧି ପାଇଁ, ବିଶେଷକରି ନୂତନ ଲେଖକଙ୍କୁସାହିତ୍ୟ ପ୍ରତି ଆକର୍ଷିତ ଓ ଉତ୍ସାହିତକରିବାଲକ୍ଷ୍ୟ ନେଇ ଡ. ବଂଶୀଧର ପଣ୍ଡା ଓ ଇଲା ପଣ୍ଡା ‘ଶାରଳା ପୁରସ୍କାର’ ପ୍ରବର୍ତ୍ତନ କରିଥିଲେ ।ଓଡ଼ିଶାରକଳା-ସାହିତ୍ୟକୁ ଏକ ସମ୍ମାନଜନକ ଉଚ୍ଚତାକୁନେବା ପଛରେଉଭୟଙ୍କର ସ୍ପଷ୍ଟ ଆଭିମୁଖ୍ୟ ଓ ନିରନ୍ତର ଉଦ୍ୟମ ଆଜି ସଫଳହୋଇଛି ।

ଏହି ଅବସରରେ ମୁଖ୍ୟଅତିଥି ଡ. ଜ୍ଞାନେଶ୍ୱରମୁଲେକହିଥିଲେ ଯେ ସାହିତ୍ୟ ମୋର ପ୍ରଥମ ପ୍ରେମ, ଯାହାକ୍ରମେ ଜୀବନ ପାଲଟିଯାଇଛି ।ଜୀବନରସବୁରହସ୍ୟ ନିସଙ୍କୋଚରେକବିତାମାଧ୍ୟମରେକହିହୁଏ ।ଜଣେଲେଖକରସବୁ ପରିବର୍ତ୍ତନର ଆଭାସ ତାରଲେଖାମାଧ୍ୟମରେମିଳେ ।ଲେଖିବା ଓ ପଢ଼ିବାଏମିତିଶକ୍ତି ଦିଏ, ଶରୀରକ୍ଳାନ୍ତ ଥିଲେ ମଧ୍ୟ ଅନ୍ୟକୌଣସି ମନୋରଞ୍ଜନର ଆବଶ୍ୟକତା ପଡ଼େନି । ଶାରଳା ପୁରସ୍କାର ପ୍ରାପକଭୀମ ପୃଷ୍ଟିକହିଥିଲେ ଯେ ସବୁକାହାଣୀମଣିଷର ।ମଣିଷ ଥିବାଯାଏକାହାଣୀରଶେଷ ନାହିଁ ।ସବୁଶରଣାର୍ଥୀଙ୍କ ପ୍ରତୀକହେଉଛି ‘ଜମ୍ବୁଲୋକ\’ ଉପନ୍ୟାସ । ଉତ୍ସବର ଦ୍ୱିତୀୟସୋପାନରେକବିକେଦାରମିଶ୍ରଙ୍କସଂଚାଳନରେ ଡ. ମୁଲେଏବଂଭୀମ ପୃଷ୍ଟିଙ୍କମଧ୍ୟରେସାଂପ୍ରତିକସାହିତ୍ୟକୁନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ‘ଟାଇମପାସ୍‍’ ଦ୍ୱାରା ପ୍ରକାଶିତ ଓ ପ୍ରବାସିନୀମହାକୁଡ଼ଙ୍କ ଦ୍ୱାରା ଅନୂଦିତ ଜ୍ଞାନେଶ୍ୱରମୁଲେଙ୍କକବିତା ପୁସ୍ତକ ‘ଋତୁଉଇଁଆସୁଚି’ ଲୋକାର୍ପିତହୋଇଥିଲା ।

ଅଭିନେତ୍ରୀ ମଧୁମିତାମହାନ୍ତିଙ୍କସଂଯୋଜନାରେ ଅନୁଷ୍ଠିତ ଏହିଉତ୍ସବରେ ଆଦୃତ ଚିଲ୍‍ଡ୍ରେନ୍‍ ହୋମ ଦ୍ୱାରାସ୍ୱାଗତସଙ୍ଗୀତ ପରିବେଷଣକରାଯାଇଥିଲା ।ରାଜ୍ୟରବିଭିନ୍ନ ପ୍ରାନ୍ତରୁଲେଖକ ଓ କଳାକାରମାନେ ଯୋଗଦେଇ କାର୍ଯ୍ୟକ୍ରମକୁସଫଳକରିଥିଲେ । ଇମ୍ଫାକର୍ପୋରେଟ୍‍ ଆଫେୟାର୍ସର ମୁଖ୍ୟ କିଶୋରମହାନ୍ତି, ଶାରଳାସଚିବାଳୟରମୁଖ୍ୟ ସଂଯୋଜକସରୋଜବଳ ପ୍ରମୁଖଉତ୍ସବ ପରିଚାଳନାରେସହଯୋଗକରିଥିଲେ । ଏଠାରେସୂଚନାଯୋଗ୍ୟ ଯେ ବିଶିଷ୍ଟଶିଳ୍ପପତି ତଥା ବୈଜ୍ଞାନିକ ଡ. ବଂଶୀଧର ପଣ୍ଡା ଓ ତାଙ୍କରସହଧର୍ମିଣୀଇଲା ପଣ୍ଡାଙ୍କ ଉଦ୍ୟମରେ ପ୍ରତିଷ୍ଠିତ ‘ଇମ୍ପାକ୍ଟ’ ତରଫରୁଶାରଳା ପୁରସ୍କାର, ଇଲା-ବଂଶୀଧର ପଣ୍ଡାକଳା ସମ୍ମାନ ସହିତଏକଲବ୍ୟ ଏବଂଶାମ୍ଭବୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଆସୁଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button