ରାଜ୍ୟ

ଚନ୍ଦ୍ର ଗ୍ରହଣରେ ବନ୍ଦ ରହିବ ମା ସମଲେଶ୍ବରୀଙ୍କ ମନ୍ଦିର – Ibnodisha

[ad_1]

ଭୁୁବନେଶ୍ୱର: ଆସନ୍ତା ୨୮ ତାରିଖ କୁମାର ପୂର୍ଣ୍ଣିମା ଓ ଚନ୍ଦ୍ର ଗ୍ରହଣ ଅବସରରେ ସମ୍ବଲପୁରର ଇଷ୍ଟଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରରେ କାର‌୍ୟ୍ୟ ନିର୍ଘଣ୍ଟ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ ।
କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣକୁ ଆଖିରେ ରଖି ମନ୍ଦିର ଟ୍ରଷ୍ଟବୋର୍ଡ ଓ ମନ୍ଦିର ପୂଜକ ମନ୍ଦିର ବନ୍ଦ ରଖିବାକୁ ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି । ମା’ଙ୍କର ମଙ୍ଗଳ ଆଳତୀ ସକାଳ ୫ଟାରେ କରାଯିବ କ୍ଷ ସାଧାରଣ ଦର୍ଶନ ସକାଳ ୬ଟାରୁ ଦିନ ୧୧.୪୫ ପର‌୍ୟ୍ୟନ୍ତ ରହିବ । ୧୧ଟା ୪୫ରୁ ଦିନ ୨ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ । ଏହି ସମୟରେ ମା’ଙ୍କ ନିକଟରେ ଅନ୍ନଭୋଗ ଲାଗି ହେବ ।
ଏହାପରେ ମା’ଙ୍କ ରାଜ ରାଜେଶ୍ବରୀ ବେଶ ସହିତ ମନ୍ଦିର ଧ୍ବଜା ଆରୋହଣ ପର୍ବ ଓ ମହାଦୀପ ଉଠିବ । ଅପରାହ୍ନ ୨ ଟାରୁ ୩.୧୫ ପର‌୍ୟ୍ୟନ୍ତ ପୁଣି ସାଧାରଣ ଦର୍ଶନର ସୁଯୋଗ ଦିଆଯିବ । ଏହାପରେ ଗ୍ରହଣ ଯୋଗୁଁ ମନ୍ଦିର ବନ୍ଦ ରହିବ ବୋଲି ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button