ଅପରାଧ

ଲଭ୍ ଜିହାଦ: ପ୍ରେମିକାକୁ ଦେଖା କରିବାକୁ ଡାକି ଅପହରଣ କଲା ପ୍ରେମିକ – Ibnodisha

[ad_1]

ନୂଆଦିଲ୍ଲୀ: ପ୍ରେମିକାକୁ ଦେଖା କରିବାକୁ ଡାକି ଅପହରଣ କଲା ସୋସିଆଲ ମିଡିଆ ପ୍ରେମିକ। ପୀଡ଼ିତାଙ୍କ ବୟସ ୧୫ବର୍ଷ ହୋଇଥିବା ବେଳେ ସେ ଗୁଜରାଟର ସୁରତରେ ରହୁଛନ୍ତି। ପ୍ରେମିକଜଣକ ମହାରାଷ୍ଟ୍ରରେ ମେକାନିକ ଭାବେ କାମ କରୁଥିବା ବେଳେ ସୋସିଆଲ ମିଡିଆରେ ଦୁହିଁଙ୍କର ଦେଖା ହୋଇଥିଲା। ତେବେ ପୀଡ଼ିତା ହିନ୍ଦୁ ହୋଇଥିବା ବେଳେ ଅଭିଯୁକ୍ତ ମୁସଲିମ ହୋଇଥିବାରୁ ଏହା ଲଭ୍ ଜିହାଦ ମାମଲା ବୋଲି କୁହାଯାଉଛି। ତେବେ ଅଭିଯୁକ୍ତ କବଳରୁ ପୁଲିସ ପୀଡ଼ିତାଙ୍କୁ ମୁକୁଳାଇ ସାରିଥିବା ଜଣାଯାଇଛି।
ବର୍ଷେ ପୂର୍ବେ ଅଭିଯୁକ୍ତକୁ ଇନଷ୍ଟାଗ୍ରାମରେ ଭେଟିଥିଲେ ପୀଡ଼ିତା। କିଛି ଦିନ କଥା ହେବା ପରେ ଦୁହିଁଙ୍କ ବନ୍ଧୁତା ନିବିଡ଼ ହେବା ସହ ଦୁହେଁ ପରସ୍ପରର ପ୍ରେମରେ ପଡ଼ିଥିଲେ। ପ୍ରେମ ହେବା ପରେ ଦୁହେଁ ଦେଖା କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ପ୍ରେମିକ ମନରେ ଏଭଳି କିଛି ରହିଛି ବୋଲି ଭାବି ନଥି‌ଲେ ପୀଡ଼ିତା। ସୁରତ ପହଞ୍ଚିବା ପରେ ଅଭିଯୁକ୍ତ ଏକ ହୋଟେଲ ବୁକ୍ କରି ପୀଡ଼ିତାଙ୍କୁ ଦେଖା କରିବାକୁ ଡାକିିଥିଲେ। ପୀଡ଼ିତା ହୋଟେଲରେ ପହଞ୍ଚିବା ପରେ ଅଭିଯୁକ୍ତ ତାଙ୍କୁ ଅପହରଣ କରି ମହାରାଷ୍ଟ୍ରର ଔରାଙ୍ଗାବାଦକୁ ନେଇ ଯାଇଥିଲେ। ସେଠାରେ ପୀଡ଼ିତା ୧୫ଦିନ ଧରି ଅଭିଯୁକ୍ତର କବଜାରେ ରହିବା ପରେ ପୁଲିସ ତାଙ୍କୁ ସୁରକ୍ଷିତ ଭାବେ ସେଠାରୁ ବାହାର କରିଛି ଓ ଅଭିଯୁକ୍ତକୁ ଗିରଫ କରାଯାଇଛି।
ତେବେ ଗତ ୫ମାସ ଭିତରେ ଏଭଳି ଲଭ୍ ଜିହାଦର ୨୫ଟି ଘଟଣା ଗୁଜରାଟରେ ଘଟିଛି। ଅଧିକାଂଶ ମାମଲା ସୁରତରୁ ରିପୋର୍ଟ କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button