ଅପରାଧରାଜ୍ୟ

ଅଙ୍ଗନବାଡ଼ି ଚାକିରି ପାଇଁ ଲାଞ୍ଚ: ସିଡିପିଓ, କିରାଣି ଗିରଫ

IBN ଓଡିଶା:କୋରାପୁଟ : ଅଙ୍ଗନବାଡ଼ି ଚାକିରି ପାଇଁ ଲାଞ୍ଚ କାରବାର। ୧ଲକ୍ଷ ୪୦ ହଜାର ପାଇଁ ହୋଇଥିଲା ଡିଲ୍। ପ୍ରଥମେ ୧ଲକ୍ଷ ଟଙ୍କା ନେଇଥିବା ବେଳେ ଆଜି ନିଯୁକ୍ତି ପତ୍ର ଦେବାକୁ ନେଉଥିଲେ ୪୦ ହଜାର। କିନ୍ତୁ ଟଙ୍କା ଦେଣନେଣ ସମୟରେ ମାଡ଼ି ବସିଛି ଭିଜିଲାନ୍ସ। ୪୦ ହଜାର ଟଙ୍କା ଜବତ ସହ କୋରାପୁଟ ଜିଲ୍ଲା ବନ୍ଧୁଗାଁ ସିଡିପିଓ ନମିତା ପାଲ୍ ଓ ବରିଷ୍ଠ ରାଜସ୍ବ ସହାୟକ ଅଶ୍ବିନୀ କୁମାର ପ୍ରଧାନଙ୍କୁ ଗିରଫ କରିଛି। ଗିରଫ ପରେ ଉଭୟଙ୍କୁ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଉଛି।

ବନ୍ଧୁଗାଁ ବ୍ଲକ୍‌ ଜାଗୁଗୁଡା ଓଡେସୁର ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଭାବେ ମିନତି କୁଲେସିକାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ ପାଇଁ ୧ଲକ୍ଷ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସିଡିପିଓ ଏବଂ କିରାଣି। ନିଯୁକ୍ତି ପାଇଁ ଲାଞ୍ଚ ମାଗୁଥିବାରୁ ମିନତିଙ୍କ ବାପା ବାପା ଭିଜିଲାନ୍ସର ଦ୍ବାରସ୍ଥ ହେଇଥିଲେ। ଆଜି ମଧ୍ୟାହ୍ନ ୧୨ଟାରେ ଯୋଜନା ମୁତାବକ ଜାଲ ବିଛାଇଥିଲା ଭିଜିଲାନ୍। ଆଇସିଡିଏସ୍‌ କାର୍ଯ୍ୟାଳୟରେ ମିନତିଙ୍କ ହାତରୁ କିରାଣି ଅଶ୍ବିନୀ ପ୍ରଧାନ ରସାୟନ ବୋଳା ୪୦ହଜାର ଟଙ୍କା ନେଉଥିବା ବେଳେ ଧରାପଡ଼ିଥିଲେ। କିରାଣି ଅଶ୍ବିନୀ ପ୍ରଧାନଙ୍କୁ ଭିଜିଲାନ୍ସ ଧରିବାପରେ ସିଡିପିଓଙ୍କ ସୁପାରିସକ୍ରମେ ଟଙ୍କା ନେଉଥିବା ସେ କହିଥିଲେ। ଫଳରେ ସିଡିପିଓଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି।

ଗିରଫ ପରେ ସରକାରୀ କାର୍ଯ୍ୟାଳୟ ସମେତ ଭିଜିଲାନ୍ସ ଟିମ୍ ସିଡିପିଓଙ୍କ ନନ୍ଦପୁର ସ୍ଥିତ ବାସଭବନ, କିରାଣିଙ୍କ ସୁନାବେଡା ସ୍ଥିତ ବାସଭବନରେ ଚଢ଼ଉ କରି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଚଢ଼ଉରେ ଜୟପୁର ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ କୁମାର ବିଶ୍ବାଳ, ଇନସ୍‌ପେକ୍ଟର ସଂଜୟ କୁମାର ପ୍ରଧାନ, ଇନସ୍‌ପେକ୍ଟର ସୂର୍ଯ୍ୟକାନ୍ତ ଟାକ୍ରୀଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button