ରାଜ୍ୟ

ଝାରସୁଗୁଡ଼ା ମ୍ୟୁନିସିପାଲିଟିରେ ବୃକ୍ଷରୋପଣ ଦୁର୍ନୀତି ଅଭିଯୋଗ – Ibnodisha

[ad_1]

ଝାରସୁଗୁଡ଼ା: ଝାରସୁଗୁଡ଼ା ମ୍ୟୁନିସିପାଲିଟିରେ ଦୁର୍ନୀତି ଅଭିଯୋଗ ହୋଇଛି। ଚେନ୍ନାଇରୁ ଗଛ ଅଣାଯାଇଥିବା କହି ସହରରେ ହାଇବ୍ରିଡ୍‌ ପାମ୍‌ ଗଛ ଲଗାଇଲେ। ଗଛ ପିଛା ୧୫୦୦ ଟଙ୍କା ବି ଖର୍ଚ୍ଚ ହେଲା। କିନ୍ତୁ ରକ୍ଷଣାବେକ୍ଷଣ ନହେବାରୁ ଉକ୍ତ ଗଛଗୁଡ଼ିକ ଏବେ ମରିବାକୁ ବସିଲାଣି। ଏବେ ପୁଣି ଆଉ ଏକ ପର୍ଯ୍ୟାୟ ଗଛ ଅର୍ଡର ହୋଇଥିବା ବେଳେ ସେଥିରୁ କିଛି ନୂଆ ସ୍ଥାନରେ ଓ ଆଉ କିଛି ମରି ଯାଇଥିବା ଗଛ ସ୍ଥାନରେ ଲାଗିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଏହି ଗଛ ନାଁରେ ୫ ଲକ୍ଷ ଟଙ୍କା ଶେଷ ହୋଇଯାଇଥିବା ବେଳେ ପୁଣିଥରେ ଏହି ଗଛ ନାଁରେ ଟଙ୍କା ଆତ୍ମସାତ୍‌କୁ ନେଇ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଦିଲୀପ ମହାନ୍ତିଙ୍କୁ ପଚାରିବାରେ, ଏହାର ଯାଞ୍ଚ ହେବ ବୋଲି କହିଥିଲେ। ୨ ମାସ ତଳେ ସହରର ‌ସୌନ୍ଦର୍ଯ୍ୟୀକରଣ ନାଁରେ ବେ‌‌ହେରାମାଲ ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାସ୍ତା ଖୋଳି ମେଡିଆନ୍‌ ତିଆରି କରାଗଲା। ଉକ୍ତ ମେଡିଆନ୍‌ ମଧ୍ୟରେ ୧ ଫୁଟର ଗାତ ଖୋଳି ସେଥିରେ ଗଛ ବି ଲଗାଗଲା। ସିମେଣ୍ଟ କଂକ୍ରିଟର ୧ ଫୁଟ ଡ୍ରିଲ୍‌ କରି ମାଟି ପୋତି ଏହି ଗଛ ଲଗାଯାଇଥିବା ବେଳେ ଡେଙ୍ଗା ଗଛ ହୋଇଥିବାରୁ କେଉଁଠି ଗଡ଼ି ପଡ଼ିଥିଲା ତ ଆଉ କେଉଁଠି ମରି ଯାଇଥିଲା। ପ୍ରାୟ ୧.୫ କିମି ରାସ୍ତାରେ ପ୍ରାଥମିକ ପର୍ଯ୍ୟାୟରେ ୨୦୦ ଗଛ ଲଗାଯାଇଥିବା ବେଳେ ସପ୍ତାହକ ମଧ୍ୟରେ ପ୍ରାୟ ଶହେ ଗଛ ମରିଯାଇଥିଲା‌। ସେହି ସମୟରେ ମୁଣ୍ଡ ଉପରେ ଶିଳ୍ପ ସମ୍ମିଳନୀ ଥିବାରୁ ଶୁଖିଲା ଗଛ ସୌନ୍ଦର୍ଯ୍ୟ ବିଗାଡ଼ିବ ଆଶଙ୍କା କରି ପୁଣିଥରେ ମରି ଯାଇଥିବା ଗଛ ସ୍ଥାନରେ ଆଉ ଶହେ ଗଛ ଲଗାଯାଇଥିଲା। ତେବେ ଏହି ପ୍ରକ୍ରିୟା ବର୍ତ୍ତମାନ ସୁଦ୍ଧା ଶେଷ ହୋଇନି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button