ଦେଶ

କଏଦୀମାନେ ଦେଖିବେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ – Ibnodisha

[ad_1]

ଲକ୍ଷ୍ନୌ : କଏଦୀମାନେ ଦେଖିବେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ।ତେବେ ଜେଲରେ ଥିବା କଏଦୀ ମଧ୍ୟ ପ୍ରଭୁଙ୍କ ଦର୍ଶନ କରିବେ। ଉତ୍ତରପ୍ରେଦଶର ବିଭିନ୍ନ ଜେଲରେ ଥିବା କଏଦୀମାନେ ପ୍ରତିଷ୍ଠା ଉତ୍ସବ ଟିଭିରେ ସିଧାପ୍ରସାରଣ ଦେଖିପାରିବେ । ଏନେଇ ସମସ୍ତ ଜେଲରେ ଏଲଏଡି ଟିଭି ଲଗାଇବାକୁ ଜେଲ ବିଭାଗ ମନ୍ତ୍ରୀ ଧରମବୀର ପ୍ରଜାପତି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ବନ୍ଦୀ ଜୀବନ କାଟୁଥିବା କଏଦୀମାନଙ୍କୁ ହନୁମାନ ଚାଳିସା ଓ ସୁନ୍ଦରା କାଣ୍ଡ ବଣ୍ଟନ କରାଯିବ । ଏନେଇ ଗୋରଖପୁରରେ ଥିବା ଗୀତା ପ୍ରେସକୁ ୫୦ହଜାର ହନୁମାନ ଚାଳିସା ଓ ସୁନ୍ଦରା କାଣ୍ଡ ବହି ଦେବାକୁ ଅର୍ଡର କରାଯାଇଛି । ଉତ୍ତରପ୍ରଦେଶ ସରକାର ରାଜ୍ୟର ଜେଲରେ ରହୁଥିବା ଅନ୍ତେବାସୀଙ୍କୁ ଆଧ୍ୟାତ୍ମିକତା ପ୍ରେରଣା ଦେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ରାମ ନାମରେ କମ୍ପିବ ପୁରା ରାଜ୍ୟ । ଏଥିପାଇଁ ଅଯୋଧ୍ୟାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ସେଥିପାଇଁ ସାରା ଦେଶରେ ଏବେଠାରୁ ଦେଖିବାକୁ ମିଳିଲାଣି ଉତ୍ସବର ମାହୋଲ। ଅଯୋଧ୍ୟାରେ ନୂତନ ଭାବରେ ନିର୍ମିତ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ ସେକେଣ୍ଡର ଶୁଭ ମୂହୁର୍ତ୍ତ ବାହାରିଛି ଯେଉଁଥିରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସେହି ୮୪ ସେକେଣ୍ଡ ମଧ୍ୟରେ କରାଯିବ। ଯୋଗୀ ସରକାର ରାମ ମନ୍ଦିରର ପବିତ୍ରତା ସମ୍ବନ୍ଧରେ ସୁରକ୍ଷା ବ୍ୟବସ୍ଥା ପାଇଁ ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ପ୍ରାୟ ୮୦୦୦ ମାନ୍ୟଗଣ୍ୟ ବ୍ୟକ୍ତିକୁ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ ପତ୍ର ପଠାଯାଇଛି । ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ପୂରା ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button