ଦେଶ

ଭାରତ-କାନାଡ଼ା ବିବାଦ; ନିଜାର ହତ୍ୟା ଷଡ଼୍‌ଯନ୍ତ୍ର ରଚିଥିଲା ଆଇଏସ୍‌ଆଇ: ସୂତ୍ର – Ibnodisha

[ad_1]

ନୂଆଦିଲ୍ଲୀ: ଭାରତ-କାନାଡ଼ା ସମ୍ପର୍କକୁ ଅଧିକ ତିକ୍ତ କରିବା ପାଇଁ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ପାଇଁ ଷଡ଼୍‌ଯନ୍ତ୍ର ରଚନା କରିଥିଲା ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ସୂତ୍ର ଅନୁଯାୟୀ ନିଜାରକୁ ମାରିବା ପାଇଁ ଆଇଏସ୍‌ଆଇ ଭଡ଼ାଟିଆ ହତ୍ୟାକାରୀଙ୍କୁ ନିୟୋଜିତ କରିଥିଲା ଏବଂ ଗତ ଦୁଇବର୍ଷ ଭିତରେ ତାକୁ କାନାଡ଼ା ଆସୁଥିବା ଗ୍ୟାଙ୍ଗଷ୍ଟରମାନଙ୍କୁ ପୂରା ସମର୍ଥନ କରିବା ପାଇଁ ଚାପ ପକାଉଥିଲା। ତେବେ ନିଜାର ପୂର୍ବତନ ଖଲିସ୍ତାନୀ ନେତାମାନଙ୍କ ପ୍ରତି ଅଧିକ ଆନୁଗତ୍ୟ ଦେଖାଉଥିଲା ଏବେ ନୂଆରେ ଆସୁଥିବା ଗ୍ୟାଙ୍ଗଷ୍ଟରମାନଙ୍କୁ ବିଶେଷ ଗୁରୁତ୍ବ ଦେଉନଥିଲା।

ସୂତ୍ରରୁ ଆହୁରି ଜଣାପଡ଼ିଛି ଯେ, ନିଜାର ହତ୍ୟା ପରେ ଆଇଏସ୍‌ଆଇ ତା’ ସ୍ଥାନରେ ଆଉ ଜଣକୁ ନିୟୋଜିତ କରିବା ପାଇଁ ଉଦ୍ୟମ କରୁଛି ଏବଂ କାନାଡ଼ାରେ ଖଲିସ୍ତାନୀ ଉଗ୍ରବାଦୀମାନଙ୍କୁଏକଜୁଟ କରିବାରେ ଲାଗିଛି। ଜୁନ୍ ୧୮ ତାରିଖରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଥିଲେ ଯେ କାନାଡ଼ାରେ ଜଣେ ନାଗରିକଙ୍କୁ ହତ୍ୟା କରିବାରେ ଭାରତୀୟ ଏଜେଣ୍ଟଙ୍କର ସମ୍ପୃକ୍ତି ରହିଛି। ଏହାକୁ ନେଇ ଦୁଇ ଦେଶ ଭିତରେ କୂଟନୈତିକ ବିବାଦ ତେଜିବାରେ ଲାଗିଛି। ନୂଆଦିଲ୍ଲୀ ଟ୍ରୁଡୋଙ୍କ ଅଭିଯୋଗକୁ ମିଥ୍ୟା ଓ ଉଦ୍ଦେଶ୍ୟମୂଳକ କହି ଖାରଜ କରିଦେଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button