IBN ଓଡ଼ିଶା ବ୍ୟୁରୋ

ଅତ୍ଯଧିକ ଗରମରୁ ରକ୍ଷା କରିବା ସହ ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ କଞ୍ଚାଆମ୍ବ, ଜାଣନ୍ତୁ କ’ଣ ରହିଛି ଫାଇଦା

ଗରମ ଦିନେ କଞ୍ଚାଆମ୍ବର ବିଶେଷ ମହତ୍ବ ରହିଥାଏ। କଞ୍ଚା ଆମ୍ବ ଶରୀରରେ ପାଣିର ଅଭାବ ଦୂର କରିଥାଏ। କଞ୍ଚାଆମ୍ବକୁ ପାଣିରେ ସିଝାଇ ତା’ ପାଣି ପିଇବା ଅତ୍ଯଧିକ ଗରମରୁ ରକ୍ଷା ମିଳିଥାଏ। କଞ୍ଚାଆମ୍ବରେ ଭିଟାମନ-ଏ, ସି, କେ ଏବଂ ଇ, ଫଲେଟ, କ୍ଯାଲସିୟମ, ଫସଫରସ, ଓମେଗା-୩ ଏବଂ ମ୍ଯାଗ୍ନେସିୟମ ଓ ଫାଇବର ରହିଥାଏ।

aam--କଞ୍ଚାଆମ୍ବରେ ଭିଟାମିନ-ସି ରହିଥିବାରୁ ଏହା ଶରୀରରେ ରକ୍ତ ସଂଚାଳନକୁ ସଠିକ୍ କରିଥାଏ। ଏଥିସହ ନୂତନ ରକ୍ତ କୋଷିକା ନିର୍ମାଣ କରିବାରେ ସହାୟକ ହୋଇଥାଏ।

-କଞ୍ଚାଆମ୍ବ ପାଣି ପିଇବା ଦ୍ବାରା ପେଟ ଥଣ୍ଡା ହୋଇଥାଏ। ଏଥିସହ ଖରାପ ଖାଦ୍ଯ-ପାନୀୟରୁ ମଧ୍ଯ ରକ୍ଷା ମିଳିଥାଏ।

-ଆମ୍ବ ଚଟଣୀ ହେଉ କିମ୍ବା ତରକାରୀରେ ଆମ୍ବ ବ୍ଯବହାର କରିବା ଦ୍ବାରା ଖାଦ୍ଯର ସ୍ବାଦ ବଢାଇବା ସହ ରୋଗ ପ୍ରତିରୋଧକ କ୍ଷମତା ମଧ୍ଯ ବଢାଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button