IBN ଓଡ଼ିଶା ଏକ୍ସକ୍ଲୁସିଭ୍

କେଶ ଝଡିବା ସହ ସମସ୍ତ ସମସ୍ୟାରୁ ମୁକ୍ତି ଦେବ ଏହି ହେୟାରମାସ୍କ, ଏମିତି କରନ୍ତୁ ବ୍ୟବହାର

ତ୍ୱଚାକୁ ଯେଭଳି ସୁନ୍ଦର ରଖିବା ଜରୁରୀ ହୋଇଥାଏ, ସେପରି କେଶକୁ ମଧ୍ୟ ଆକର୍ଷଣ ଏବଂ ମଜବୁତ ରଖିବା ନିତାନ୍ତ ଜରୁରୀ। ଗରମ ଦିନରେ ଅତ୍ୟଧିକ ତାପମାତ୍ରା ଯୋଗୁଁ ଝାଳ ବାହାରିଥିଥାଏ। ମୁଣ୍ଡରେ ଅତ୍ୟଧିକ ଝାଳ ବାହାରିବା ଯୋଗୁଁ କେଶ୍‌ ଝଡିବା ଭଳି ସମସ୍ୟା ଦେଖାଦିଏ। ଆଜି ଆମେ ଆପଣଙ୍କୁ ଏପରି ଏକ ମାସ୍କ ବିଷୟରେ କହିବୁ, ଯାହାକୁ ବ୍ୟବହାର କରିବା ଦ୍ୱାରା କେଶ ଝଡିବା ସମସ୍ୟାରୁ ମୁକ୍ତି ମିଳିବ। ଆସନ୍ତୁ ଜାଣିବା କିପରି କରିବେ, ଏହି ହେୟାର ମାସ୍କ।

olive

ମେଥି ଏବଂ ଜଡା ତେଲ ହେୟାରମାସ୍କ :

ମେଥି ଏବଂ ଅଲିଭ ତେଲ ହେୟାରମାସ୍କ କରିବା ପୂର୍ବରୁ ଦୁଇ ଟେବୁଲସ୍ପୁନ ମେଥି ଦାନାକୁ ଭଲଭାବେ ଗୁଣ୍ଡ କରିଦିଅନ୍ତୁ। ଏବେ ଏହି ପାଉଡରକୁ ନେଇ ଏକ ପାତ୍ରରେ ଢାଳି ସେଥିରେ ଅଲିଭ ତେଲ ମିଶାଇ ଦିଅନ୍ତୁ। ଜଡା ତେଲକୁ ମିଶାଇବା ପରେ ଏହାକୁ କେଶ ମୂଳରେ ଲଗାନ୍ତୁ। ୧୦ ମିନିଟ ଏହାକୁ ଲଗାଇବା ପରେ ଶୁଖିବାକୁ ଛାଡିଦିଅନ୍ତୁ। ଏହାପରେ ଗରମ ପାଣିରେ ଧୋଇଦିଅନ୍ତୁ। ଏମିତି ନିୟମିତ କଲେ, କେର ଏଭଳି ସମସ୍ୟାରୁ ମୁକ୍ତି ମିଳିବ।

methi

ମେଥି ଏବଂ ଦହି ପ୍ୟାକ୍‌ :

ମେଥି ଏବଂ ଦହିର ପ୍ୟାକ୍‌ ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ ୧ ବଡ ଚାମଚ ମେଥି ପାଉଡର, ୫ରୁ ୬ ବଡ ଚାମଚ ଦହି ଏବଂ ୧ କିମ୍ବା ୨ ଚାମଚ ଅଲିଭ ତେଲ କିମ୍ବା ଅର୍ଗାନ ତେଲ ମିଶାନ୍ତୁ। ଏହାକୁ ଭଲଭାବେ ପେଷ୍ଟ କରି ୨ରୁ ୩ ଘଣ୍ଟା ରଖିଦିଅନ୍ତୁ। ଏହାପରେ ଏହି ।ମସ୍କକୁ ଲଗାଇ ୨୦ରୁ ୩୦ ମିନିଟ ରଖିବାରପରେ ମୁଣ୍ଡ ଧୋଇଦିଅନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button