ମନୋରଞ୍ଜନ

ସନ୍ଧ୍ୟାର ଟିଫିନ ପାଇଁ ହୁଅନ୍ତୁନି ଟେନସନ, ମିନିଟରେ ପ୍ରସ୍ତୁତ କରନ୍ତୁ ଟେଷ୍ଟୀ ‘ବ୍ରେଡ ସୁଜି ପିଜ୍ଜା’

କରୋନା ଭାଇରସ୍ କାରଣରୁ ସାରା ଦେଶ ଏବେ ଲକଡାଉନ। ଏମିତିରେ ସମସ୍ତେ ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି। ଘରେ ରହିବା ସହିତ ପ୍ରତିଦିନ ନୂଆ ନୂଆ ରେସିପି ଟ୍ରାଏ କରୁଛନ୍ତି ଲୋକେ। ଏଥିପାଇଁ ଆଜି ଆପଣଙ୍କୁ ଜଣାଇବୁ ସନ୍ଧ୍ୟାରେ ଚା ସହିତ ଖାଇବା ପାଇଁ ଏକ ଖାସ୍ ଡିସ୍‌। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ‘ବ୍ରେଡ ସୁଜି ପିଜ୍ଜା’। ତାହାଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ବ୍ରେଡ-୪ଟା ସ୍ଲାଇସ, ସୁଜି – ୩ରୁ୪ ଚାମଚ, ଗୋଲମରୀଚ ପାଉଡର- ୧/୨ ଟେବୁଲ ଚାମଚ, ଲୁଣ- ସ୍ୱାଦାନୁସାରେ, ଅଦା – ୧ ଟେବୁଲ ଚାମଚ, ସିମଲା ଲଙ୍କା – ୧/୨ କପ୍‌ (କଟା ହୋଇଥିବା), ପିଆଜ – ୨ଟି (ଛୋଟ କଟାହୋଇଥିବା), ଚିଲି ଫେକ୍ଲକ୍ସ-ଅଧା ଟେବୁଲ ଚାମଚ, ଗାଜର-୧/୪ କପ୍‌ (କଟା ହୋଇଥିବା), ମୋଜରିଲା ଚିଜ – ୧/୨ କପ୍‌ (କଟା ହୋଇଥିବା)।

ପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ରରେ ସମସ୍ତ ପରିବା, ପିଆଜ, ଧନିଆ ପତ୍ର, ଲୁଣ, ଗୋଲ ମରୀଚ ପାଉଡର ଭଲ ଭାବରେ ମିକ୍ସ କରିଦିଅନ୍ତୁ। ଏହାପରେ ଏଥିପରେ ସୁଜି ଏବଂ ପାଣି ପକାଇ ଗାଢ଼ା ଘୋଳ ବନାଇ ଦିଅନ୍ତୁ। ଏବେ ବ୍ରେଡ୍‌ ସ୍ଲାଇସ୍‌ ନିଅନ୍ତୁ ଏବଂ ଏହାକୁ ଗୋଲ ସେପ କରି କାଟିଦିଅନ୍ତୁ। ଏବେ ଏକ ଟେବୁଲ ଚାମଚ ସୁଜିର ଘୋଳ ନିଅନ୍ତୁ । ଏବେ ଯେଉଁ ପଟେ ସୁଜି ଲାଗିଥିବ ସେହି ସାଇଡକୁ ଧୀମା ଆଞ୍ଚରେ ସେକନ୍ତୁ ଯେତେ ପଯ୍ୟର୍ନ୍ତ ତାହା ବ୍ରାଉନ ନହୋଇଛି। ଏହାପରେ ଏହାକୁ ଓଲଟାଇ ଚିଜ୍‌ ଲଗାଇ ଧୀମା ଆଞ୍ଚରେ ଘୋଡାଇ ରଖନ୍ତୁ। ଯେତେବେଳେ ଚିଜ ମେଲ୍ଟ ହୋଇଯିବ ସେତେବେଳେ ଏହାକୁ ସର୍ଭିଂ ପ୍ଲେଟରେ ବାହାର କରି ଟମାଟୋ କେଚଅପ ଏବଂ ଚଟଣୀ ସହିତ ଗରମା ଗରମ ସର୍ଭ କରନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button