ରାଜ୍ୟ

ପ୍ରତ୍ୟେକ ଶୁଭ କାର୍ଯ୍ୟରେ ପ୍ରଥମ କାହିଁକି ଦରକାର ପଡେ କଦଳୀ ଗଛ, ଜାଣନ୍ତୁ ଏହା ପଛରେ ଥିବା କାରଣ

ହିନ୍ଦୁ ଧର୍ମ ଅନୁସାରେ କୌଣସି ବି ଘରେ କିଛି ବି ପୂଜା ପାର୍ବଣରେ କଦଳୀ ଗଛର ବହୁତ ବଡ ଭୂମିକା ରହିଥାଏ। ସେ ସତ୍ୟନାରାୟଣ ପୂଜା ହେଉ ଗୁରୁବାର ଦିନ କିମ୍ବା ଅନ୍ୟ କୌଣସି ପୂଜା ହେଉ କଦଳୀ ପତ୍ର, ଫଳ, ଏବଂ ତାର ଗଛ ମଧ୍ୟ ବ୍ୟବହାର ହୋଇଥାଏ। କେବେ ଆପଣ ଭାବିଛନ୍ତି କି ସବୁ ମାଙ୍ଗଳିକ କାଯ୍ୟର୍ରେ କାହିଁକି ଏହାର ବ୍ୟବହାର କରାଯାଇଥାଏ। କଦଳୀ ଗଛ କେବଳ କାହିଁକି ଅନ୍ୟ କୌଣସି ଗଛ କାହିଁକି ବ୍ୟବହାର ହୋଇନଥାଏ। ତାହାଲେ ଆଜି ଆମେ ଆପଣଙ୍କ ମନରେ ଆସୁଥିବା ଦ୍ୱନ୍ଦକୁ ଦୂର କରିବା। ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ କାହିଁକି ସମସ୍ତ ଶୁଭ କାର୍ଯ୍ୟରେ କଦଳୀ ଗଛ ବ୍ୟବହାର କରାଯାଏ।

ମାନ୍ୟତା ରହିଛି ବ୍ରହ୍ମସ୍ପତି ଦେବଙ୍କ ବ୍ରତ ରଖିବାରେ ଏହାକୁ ପୂଜା କରାଯାଏ। କୁହାଯାଏ ଏହି ଗଛରେ ଭଗବାନ ବାସ କରନ୍ତି। ଏହାସହିତ ସାତ ଗୁରୁବାର ବ୍ରତ ରଖିବାରେ ମଧ୍ୟ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ଆସନ୍ତୁ ଜାଣିବା ଏହାକୁ ପୂଜା କରିବାରେ କଣ ରହିଛି କାରଣ।
ପୁରାଣ ଅନୁଯାୟୀ କଦଳୀ ବୃକ୍ଷରେ ସ୍ୱୟଂ ଭଗବାନ ବାସ କରନ୍ତି। ଏହି କାରଣରୁ ଗୁରୁବାର ଏହାର ପୂଜା କରାଯାଏ। ଯାହାଦ୍ୱାରା ଘରେ ସୁଖ-ଶାନ୍ତି, ଧନ-ସମ୍ପଦା ଆସିଥାଏ। ଏହି ଗଛକୁ ଶୁଭ ଏବଂ ସମ୍ପନ୍ନତାର ପ୍ରତିକ ବୋଲି ଧରାଯାଏ।

ପୂଜାର ମିଳିଥାଏ ଗୁରୁ ଦୋଷରୁ ମୁକ୍ତି

ଧର୍ମ ଶାସ୍ତ୍ର ଅନୁସାରେ କଦଳୀ ବୃକ୍ଷକୁ ପୂଜା କରିବା ଦ୍ୱାରା ଗୁରୁ ଦୋଷ ଦୂର ହୋଇଥାଏ। ଏହାସହିତ ଆପଣଙ୍କ ଘରେ ଶୁଭ ଫଳ ମିଳିଥାଏ। ଏହାସହିତ ଏହା ଧ୍ୟାନ ରଖିବାକୁ ହେବ ଯେ ଏହାକୁ ଯେପରି ଘରର ବାହାରେ ଲଗାଯାଏ। କେବେବି ଘର ଭିତରେ ଏହାକୁ ନ ଲଗାନ୍ତି। ଯଦି ଆପଣ ଏପରି କରୁଛନ୍ତି ତାହାଲେ ଗ୍ରହ ସ୍ୱାମୀଙ୍କ ଉତ୍ଥାନରେ ବାଧକ ଆସିବ। ଏଥିପାଇଁ ଏହାକୁ ଅଗଣାରେ ଲଗାଇ ସବୁଦିନ ପୂଜା ପାଠ କରିବା ଉଚିତ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button