ରାଜ୍ୟ

୨୧୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ – Ibnodisha

[ad_1]

ରାୟଗଡା: ରାୟଗଡା ଜିଲ୍ଲା ବିକ୍ରମପୁର ରାସ୍ତାରୁ ଏକ କାର ଭିତରୁ ୨୧୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବାବେଳେ, ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ଅନ୍ୟଜଣେ ଫେରାର ରହିଛି । ଗିରଫ ଅଭିଯୁକ୍ତ ଜଣକ ରେବୀନ ରେଜି ବୋଲି ଜଣାପଡିଛି ।ସୂଚନାମୁତାବକ, ପାଟ୍ରୋଲିଂ ସମୟରେ ଗୁଣୁପୁର ଆଦର୍ଶ ପୋଲିସର ଥାନା ଅଧିକାରୀ ଅଶୋକ ପାଢ଼ୀ ବିକ୍ରମପୁର ରାସ୍ତା ଦେଇ ଗଜପତି ଜିଲ୍ଲାକୁ ଏକ ନିଶାନ ସୋନୀ କାର୍ ଦ୍ରୁତ ଗତିରେ ଯାଉଥିବା ବେଳେ ସନ୍ଦେହ କରି ଉକ୍ତ ଗାଡି କୁ ଅଟକାଇଥିଲେ । ଏହି ଗାଡ଼ିରୁ ୨୧୦ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ପୋଲିସ ଅଟକ ରଖିଛି । ତେବେ ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ପ୍ରାୟ ୨୧ ଲକ୍ଷ ଟଙ୍କା ହେବ ବୋଲି ସୂଚନା ରହିଛି । ଜବତ କାର କେଏଲ୦୮ଏଏକ୍ସ୧୪୮୨ ସହ ନଗଦ ୩୦୦ ଟଙ୍କା କୁ ମଧ୍ୟ ପୋଲିସ ଜବତ କରିଛି ପୋଲିସ । ଆଗକୁ ଏହି ଅଭିଯାନ ଜାରି ରହିବ ବୋଲି ଥାନା ଅଧିକାରୀ ଉତ୍ତମ ସାହୁ କହିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button