ଆମ ଓଡ଼ିଶା ନବୀନ ଓଡ଼ିଶା ନିୟମାବଳୀ ମାମଲା: ହାଇକୋର୍ଟଙ୍କ ଜବାବ ତଲବ – Ibnodisha

[ad_1]
କଟକ: ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଅଧୀନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ରହିଥିବା ନିୟମାବଳୀକୁ ନେଇ ରୁଜୁ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । ବିଚାରପତି ବିଶ୍ୱନାଥ ରଥ ବସ୍ତା ବ୍ଲକର ୯ଜଣ ନିର୍ବାଚିତ ସରପଞ୍ଚଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଅଦାଲତ ରାଜ୍ୟସରକାର ଙ୍କ ସମେତ ବାଲେଶ୍ୱର ଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ବସ୍ତା ବିଡିଓଙ୍କୁ ନୋଟିସ୍ ଜାରି ତିନି ସପ୍ତାହ ଭିତରେ ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ୨୦୨୩ ଜୁଲାଇ ୧୧ରେ ସରକାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା କାର୍ଯ୍ୟକାରୀ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଥିଲା ବେଳେ ପ୍ରାଥମିକ ଶିକ୍ଷା ଭିତ୍ତିଭୂମି, କ୍ରୀଡ଼ା ବିକାଶ, ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଅତିରିକ୍ତ ସୁବିଧା, ମହିଳା ଓ ଯୁବ ସଶକ୍ତୀକରଣ ପାଇଁ କଣ କରାଯିବ ସେ ସଂପର୍କରେ ଗ୍ରାମବାସୀ ଓ ସ୍ଥାନୀୟ ଜନ ପ୍ରତିନିଧି ପ୍ରସ୍ତାବ ଦେବେ ବୋଲି କୁହାଯାଇଥିଲା । ଆବେଦନକାରୀ ନଗେନ୍ଦ୍ର କୁମାର ସିଂ ଓ ଅନ୍ୟ ୮ଜଣ ନିର୍ବାଚିତ ସରପଞ୍ଚ ହୋଇଥିବା ବେଳେ ବିଚାର ଆଲୋଚନା ପରେ ସେମାନଙ୍କ ପଞ୍ଚାୟତ ପାଇଁ ବିଭିନ୍ନ ପ୍ରକଳ୍ପ ସଂକ୍ରାନ୍ତରେ ପ୍ରସ୍ତାବ ଦେଇଥିଲେ ।
ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ନେଇ ସରପଞ୍ଚମାନଙ୍କୁ କୌଣସି ସୂଚନା ଦିଆଯାଇନଥିଲା । ଏଣୁ ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପଞ୍ଚାୟତକୁ ଅଣଦେଖା କରି ଗ୍ରାମରେ ଉନ୍ନୟନମୂଳକ କାର୍ଯ୍ୟ କରାଗଲେ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ଭୁଶୁଡି ପଡିବ ବୋଲି ଆବେଦନାକାରୀଙ୍କ ପକ୍ଷରୁ ଆଇନଜୀବୀ ପତାମ୍ବର ଆଚାର୍ଯ୍ୟ କୋର୍ଟଙ୍କୁ ଦର୍ଶାଇଥିଲେ । ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ବିଭିନ୍ନ ସରକାରୀ ବିଭାଗ ବା ଜିଲ୍ଲାପାଳଙ୍କ ଦ୍ୱାରା ଚୟନ କରାଯାଇଥିବା ଏଜେନ୍ସି ମାଧ୍ୟମରେ ପ୍ରକଳ୍ପ କାର୍ଯ୍ୟ ସଂପାଦନ ପାଇଁ ରହିଥିବା ନିୟମ ବେଆଇନ ହୋଇଥିବାରୁ ଏହାକୁ ରଦ୍ଦ କରାଯାଉ ବୋଲି ଆବେଦନାକାରୀମାନେ ଅଦାଲତଙ୍କୁ ପ୍ରାର୍ଥନା କରିଥିଲେ ।
[ad_2]