ଦେଶ

ଦିନ ୧୧ଟା ୫୦ରେ ଉତକ୍ଷେପଣ ହେବ ‘ଆଦିତ୍ୟ ଏଲ-୧’ – Ibnodisha

[ad_1]

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟାର ଅପେକ୍ଷା । ଆଜି ସୂର୍ଯ୍ୟ ଅଭିମୁଖେ ଆଦିତ୍ୟ ଏଲ-୧ ମହାକାଶଯାନ ଯାତ୍ରା ଆରମ୍ଭ କରିବ। । ସୌର ଜଗତର ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ ଅନୁଧ୍ୟାନ ପାଇଁ ବାହାରିବ ଆଦିତ୍ୟ ଏଲ୍-୧। ଭାରତର ଚନ୍ଦ୍ର ଅଭିଯାନ ସଫଳ ହେବା ପରେ ଏବେ ସୂର୍ଯ୍ୟ ଅଭିଯାନ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଛି।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଶ୍ରୀହରିକୋଟାସ୍ଥିତ ଉତକ୍ଷେପଣ କେନ୍ଦ୍ରରୁ ଆଦିତ୍ୟ ଏଲ-୧ ଆଜି ଦିନ ୧୧ଟା ୫୦ ମିନିଟ୍‌ରେ ମହାକାଶକୁ ଯାତ୍ରା ଆରମ୍ଭ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ଆଦିତ୍ୟ ଏଲ-୧ ମହାକାଶ ଯାନକୁ ନେବା ଲାଗି ପିଏସ୍‌ଏଲଭି-ସି୫୭ ରକେଟ୍‌ ପ୍ରସ୍ତୁତ ହୋଇ ରହିଛି।

ଚନ୍ଦ୍ରଯାନ-୩କୁ ଏଲଏମଭି-୩ ଶକ୍ତିଶାଳୀ ରକେଟ୍‌ ମହାକାଶରେ ସଫଳତାର ସହ ଅବସ୍ଥାପିତ କରିଥିଲା ବେଳେ ପିଏସ୍‌ଏଲଭି-ସି୫୭ ରକେଟ୍‌ ମଧ୍ୟ ଆଦିତ୍ୟ ଏଲ-୧କୁ ନିର୍ଦ୍ଦିଷ୍ଟ କକ୍ଷରେ ଅବସ୍ଥାପନ କରିବା ନେଇ ଇସ୍ରୋ ବୈଜ୍ଞାନିକମାନେ ଆଶାବାଦୀ ରହିଛନ୍ତି। ଆଦିତ୍ୟ ଏଲ-୧ରେ ମୋଟ ୭ଟି ପେ’ ଲୋଡ୍‌ ରହିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button