ଦେଶ

କୋଟାରେ ଜୀବନ ହାରିଲେ ଆଉ ଜଣେ ଛାତ୍ର – Ibnodisha

[ad_1]

ଜୟପୁର: ରାଜସ୍ଥାନ କୋଟା କୋଚିଂ ସେଣ୍ଟରରେ ଜୀବନ ହାରିଲେ ୧୮ ବର୍ଷୀୟ ଛାତ୍ର । ଛାତ୍ରଜଣକ ଉତ୍ତରପ୍ରଦେଶ ମୁରାଦାବାଦ ଅଞ୍ଚଳର ମହମ୍ମଦ ଜୈଦ । ମହମ୍ମଦ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍‌) ପାଇଁ ପ୍ରସ୍ତୁତ ହେଉଥିବା ବେଳେ କେଉଁ କାରଣରୁ ସେ ନିଜ ଜୀବନ ହାରିଲେ ତାହା ସ୍ପଷ୍ଟ ହୋଇନାହିଁ । ତେବେ ପରୀକ୍ଷା ପାଖେଇ ଆସୁଥିବା ବେଳେ ମାନସିକ ଅବସାଦରେ ରହି ନିଜ ଜୀବନ ହାରିଥିବା ଅନୁମାନ କରାଯାଉଛି । ପୋଲିସ ହଷ୍ଟେଲରୁ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ସ୍ଥିତ ମୁରାଦାବାଦ ଅଞ୍ଚଳର ମହମ୍ମଦ ଜୈଦ ୧ ବର୍ଷ ହେଲା କୋଟାର ନ୍ୟୁ ରାଜୀବ ଗାନ୍ଧୀ ନଗର ସ୍ଥିତ କଞ୍ଚନ ରେସିଡେନ୍ସିରେ ରହୁଥିଲେ । ବହୁ ସମୟ ଧରି ସେ ହଷ୍ଟେଲରୁ ନ ବାହାରିଥିବାରୁ ପୋଲିସକୁ ଖବର ଦିଆଯାଇଥିଲା । ମଙ୍ଗଳବାର ରାତି ୯.୩୦ ସୁଦ୍ଧା ତାଙ୍କ ହଷ୍ଟେଲ କବାଟ ବନ୍ଦ ରହିଥିବା ବେଳେ ପୋଲିସ ଆସି କବାଟ ଭାଙ୍ଗି ଘର ଭିତରକୁ ପଶିଥିଲା । ହଷ୍ଟେଲ ମଧ୍ୟରେ ଛାତ୍ରଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏନେଇ ଛାତ୍ରଙ୍କ ସମ୍ପର୍କୀୟଙ୍କୁ ଖବର ଦେଇଥିଲେ । ଅନ୍ୟପଟେ ପୋଲିସ, ଅନ୍ୟ ପିଲା ଏବଂ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି ।

ଘଟଣାସ୍ଥଳରୁ କୌଣସି ଚିଠି ହସ୍ତଗତ ହୋଇନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ମୃତ ଛାତ୍ରଙ୍କ ସାଙ୍ଗଙ୍କ କହିବା ଅନୁଯାୟୀ, ମହମ୍ମଦ ଅଧିକାଂଶ ସମୟରେ ରାତିରେ ପାଠ ପଢ଼ନ୍ତି ଏବଂ ଦିନ ସମୟରେ ଖାଇବା ପରେ ଶୋଇ ପଡ଼ିଥାଏ । ମଙ୍ଗଳବାର ସନ୍ଧ୍ୟା ସମୟରେ ମହମ୍ମଦକୁ ଫୋନ କରିବାରୁ ସେ ଉଠାଇନଥିଲା । ବହୁତ ଥର କଲ କରିବା ପରେ ଫୋନ ନ ଉଠାଇବାରୁ ହଷ୍ଟେଲ ଆସି ରୁମ କବାଟ ବାଡ଼େଇଥିଲା । ହେଲେ ମହମ୍ମଦ କୌଣସି ଉତ୍ତର ନ ଦେବାରୁ ସନ୍ଦେହରେ ସେ ଏନେଇ ହଷ୍ଟେଲ ସଞ୍ଚାଳକଙ୍କୁ ଜଣାଇଥିଲା । ଏହାପରେ ହଷ୍ଟେଲ ସଞ୍ଚାଳକ ପୋଲିସକୁ ଖବର ଦେଇଥିଲା । ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଆଗକୁ ମହମ୍ମଦଙ୍କ ନିଟ ପରୀକ୍ଷା ହେବାର ଥିଲା । ଯେଉଁଥିପାଇ ସେ ଚିନ୍ତାଗ୍ରସ୍ତ ରହୁଥିଲା । ତେବେ ଚଳିତ ଥର ସେ ଦ୍ୱିତୀୟ ଥର ପାଇଁ ନିଟ ୟୁଜି ପରୀକ୍ଷା ଦେଇଥାନ୍ତେ । ସମ୍ଭବତଃ ପାଠ ଯୋଗୁଁ ଚିନ୍ତାଗ୍ରସ୍ତ ହୋଇ ସେ ନିଜ ଜୀବନ ହାରିଥାଇ ପାରନ୍ତି ବୋଲି ପୋଲିସ ଅନୁମାନ କରୁଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button