ଦେଶ

ମା’ର କୋକେଇ ବନ୍ଧା ଯାଉଥିବା ବେଳେ ପୁଅର ହେଲା ମୃତ୍ୟୁ – Ibnodisha

[ad_1]

ନୂଆଦିଲ୍ଲୀ: ରାଜସ୍ଥାନର କୋଟାଠାରେ ମା’ ଏବଂ ପୁଅଙ୍କ ଏକତ୍ର କୋକେଇ ଉଠିବାର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି।

ସୂଚନାନୁସାରେ, ୯୫ ବର୍ଷୀୟ ନଣ୍ଟି ବାଇଙ୍କର ବୟସ ଅଧିକ ହେତୁ ମୃତ୍ୟୁ ହୋଇଯାଇଥିଲା। ନଣ୍ଟି ବାଇଙ୍କର ପୁଅ ଜୟପୁରରେ ତାଙ୍କ ପରିବାର ସହିତ ବସବାସ କରନ୍ତି। ମା’ଙ୍କ ମୃତ୍ୟୁ ଖବର ପାଇବା ପରେ ସେ ତାଙ୍କ ସାଙ୍ଗଙ୍କ ସହିତ ବାଇକରେ ଆସୁଥିବା ବେଳେ ତାଙ୍କ ପୁଅ ଓ ସ୍ତ୍ରୀ ଅନ୍ୟ ଜଣେ ସମ୍ପର୍କୀୟଙ୍କ ଗାଡ଼ିରେ ଆସୁଥିଲେ।

ଏହି ସମୟରେ ମହାବୀର ଆସୁଥିବା ବାଇକ ରାସ୍ତାରେ ଖସି ଯାଇଥିଲା। ଏହି ଦୁର୍ଘଟଣାରେ ମହାବୀର ରାସ୍ତାରେ ଛିଟିକି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥି‌ଲେ । ହେଲେ ଦୁଃଖର ବିଷୟ କି ଚିକିତ୍ସାଧୀନ ସମୟରେ ମହାବୀରଙ୍କର ମୃତ୍ୟୁ ହୋଇ ଯାଇଥିଲା।

ବ୍ୟବଚ୍ଛେଦ ପରେ ମହାବୀରଙ୍କ ମୃତଦେହକୁ ଘରକୁ ଅଣାଯାଇଥିଲା। ଘର ନିକଟରେ ମା’ ଓ ପୁଅଙ୍କ କୋକେଇ ସଜା ଯାଇଥିଲା। ଏଦୃଶ୍ୟ ଦେଖି ଗ୍ରାମରେ ପ୍ରତ୍ୟେକ ସଦସ୍ୟ ଭୋଭୋ ହୋଇ କାନ୍ଦି ଉଠିଥି‌ଲେ। କେହି ହେଲେ ନିଜ କୋହକୁ ଅଟକାଇ ପାରି ନଥି‌ଲେ।

ଘରୁ ମା’ ଓ ପୁଅଙ୍କ ଏକାଠି କୋକେଇ ଉଠିବାର ଦୃଶ୍ୟ ଦେଖି ଗାଁ ସ୍ତବ୍ଧ ହୋଇଯାଇଥିଲା। ଗ୍ରାମବାସୀ ଭଗବାନଙ୍କୁ ଡାକି କହୁ ଥାଆନ୍ତି ପ୍ରଭୁ ଏ କ’ଣ କଲ। ପୁଅ ମା’ର ଅନ୍ତିମ ଦର୍ଶନ ବି କରି ପାରିଲା ନାହିଁ। ରାସ୍ତାରେ ହିଁ ତାର ପ୍ରାଣବାୟୁ ଉଡ଼ିଗଲା।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button