ଦେଶ

ଡିପ୍‌ଫେକ୍କୁ ନେଇ ସତର୍କ କଲେ ସରକାର – Ibnodisha

[ad_1]

ନୂଆଦିଲ୍ଲୀ: ଡିପ୍‌ଫେକ୍କୁ ନେଇ ସତର୍କ କଲେ ସରକାର । ଡିପ୍‌ଫେକ୍ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ସତର୍କ କଲେ ସରକାର । ଏହାକୁ ନ ମାନିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ମଙ୍ଗଳବାର ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଏପରି ଏକ ଉପଦେଶାବଳି ଜାରି କରିଛି । ଏଥିସହିତ ଡିପ୍‌ଫେକ ସମସ୍ୟାର ମୁକାବିଲା ପାଇଁ ଉଦ୍ଦିଷ୍ଟ ଆଇଟି ନିୟମ ମାନିବାକୁ ନିର୍ଦ୍ଦେଶ ଦେଇଛି । ଉପଦେଶାବଳି ଅନୁଯାୟୀ, ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡିକ ସେମାନଙ୍କ ଉପଭୋକ୍ତାଙ୍କୁ ନିଷିଦ୍ଧ ବିଷୟବସ୍ତୁ ବିଷୟରେ ଜଣାଇବା ବାଧ୍ୟତାମୂଳକ, ଯାହା ଆଇଟି ନିୟମରେ ନିର୍ଦ୍ଦିଷ୍ଟ କରାଯାଇଛି ।ଆଇଟି ନିୟମର ଧାରା ୩(୧) (ଖ) ଅନୁଯାୟୀ ଏପରି ବିଷୟବସ୍ତୁ ସେୟାର କରିବା ଉପରେ ବାରଣ ରହିଛି, ଯାହା ବ୍ୟକ୍ତିର ଶାରୀରିକ ଗୋପନୀୟତାକୁ ଉଲ୍ଲଂଘନ କରିବା ସହ ଅଶ୍ଳୀଳ କିମ୍ବା ଯୌନୋଦ୍ଦୀପକ ହୋଇଥିବ । ଏଥିସହ ସୋସିଆଲ୍ ମିଡିଆ ଉପଭୋକ୍ତାଙ୍କୁ କୌଣସି ବିଷୟବସ୍ତୁର ଉତ୍ପତ୍ତି ବିଷୟରେ ବିଭ୍ରାନ୍ତ କରୁଥିବା କିଂବା ଉଦ୍ଦେଶ୍ୟମୂଳକ ଭାବରେ ଅନ୍ୟ କାହାର ଛଦ୍ମଚେହେରା ବ୍ୟବହାର ହୋଇଥିବା କଣ୍ଟେଣ୍ଟମଧ୍ୟ ଆଇନ ସମ୍ମତ ନୁହେଁ ।ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଏହାର ସେବା ସର୍ତ୍ତାବଳୀ ଏବଂ ଉପଭୋକ୍ତା ଚୁକ୍ତିନାମା ମାଧ୍ୟମରେ ୩(୧) (ଖ) ଅନୁଯାୟୀ ତାଲିକାଭୁକ୍ତ ନିଷେଧ ବିଷୟବସ୍ତୁ ବିଷୟରେ ଉପଭୋକ୍ତାମାନଙ୍କୁ ଅବଗତ କରାଇବା ଆବଶ୍ୟକ ବୋଲି କୁହାଯାଇଛି । ଅଧିକନ୍ତୁ, ପ୍ଲାଟଫର୍ମ ବ୍ୟବହାର ଲାଗି ଆବଶ୍ୟକ ପଞ୍ଜୀକରଣ ସମୟରେ ଉପଭୋକ୍ତାଙ୍କୁ ଏହିପରି ନିଷେଧ ବିଷୟବସ୍ତୁ ବିଷୟରେ ଅବଗତ କରାଯିବା ଉଚିତ୍ ।ଏହି ଆଇନର ଉଲ୍ଲଂଘନ ହେଲେ କେନ୍ଦ୍ର ସରକାର କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସତର୍କ କରାଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button