ଦେଶ

ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କର ପତ୍ନୀ ଦେଲେ ଏକ ପୁଅକୁ ଜନ୍ମ, କିନ୍ତୁ ବ୍ରେନ ହାମରେଜ ରୁ ବିପଦରେ ନିରୀହ ଶିଶୁର ଜୀବନ, ପତ୍ନୀ ପୁରା ଦେଶବାସୀଙ୍କୁ କହିଲେ…

ଆତଙ୍କବାଦୀମାନେ ଜମ୍ମୁ କାଶ୍ମୀରର ପୁଲୱାମାରେ ସିଆରପିଏଫ ଯବାନଙ୍କର ଗାଡି ଉପରେ ଆକ୍ରମଣ କରିଥିଲେ ଯେଉଁଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ । ଏହି ଆକ୍ରମଣରେ ଯବାନ ରତନ ଠାକୁର ବି ସହିଦ ହୋଇଥିଲେ । କହିଦେଉଛୁ କି ରତନ ଠାକୁରଙ୍କ ତିନି ଦିନର ପୁଅ ଗମ୍ଭୀର ଅବସ୍ଥାରେ ରାଞ୍ଚିର ହସ୍ପିଟାଲରେ ଜୀବନ ମରଣ ସହିତ ଯୁଦ୍ଧ କରୁଛି । ରତନ ଠାକୁର ବିହାରର ଭାଗଲପୁରର ନିବାସୀ ଅଟନ୍ତି ।

କହିଦେଉଛୁ ଯେ ସହିଦଙ୍କର ପତ୍ନୀ ରାଜନନ୍ଦିନୀ ଦେବୀ ୬ ଏପ୍ରିଲରେ ସେ ନିଜର ଦ୍ଵିତୀୟ ଶିଶୁକୁ ଜନ୍ମ ଦେଇଛନ୍ତି । କହିଦେଉଛୁ କି ଶିଶୁଟି ସମୟ ପୂର୍ବରୁ ଜନ୍ମ ନେଇଛି ଯାହା ଦ୍ଵାରା ତାହାର କିଛି ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖା ଦେଇଛି । ଶିଶୁର ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ଶିଶୁକୁ ରାଞ୍ଚିର ରାନୀ ଚିଲଡ୍ରେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଚିକିଶ୍ଚାରେ ମିଳିବ ୫୦ %ର ରିହାତି

ରାନୀ ଚିଲଡ୍ରେନ ହସ୍ପିଟାଲରେ ସୀନିୟର ଚାଇଲ୍ଡ ସ୍ପେଶଲିସ୍ଟ ଡକ୍ଟର ରାକେଶ କୁମାର କହିଛନ୍ତି କି, ଶିଶୁଟି ର ବ୍ରେନ ହେମରେଜ ହୋଇଛି । ଯେଉଁ କାରଣରୁ ତାର ହୃଦୟର ଧମନୀରେ ରକ୍ତସ୍ରାବ ହେଉଛି । ଶିଶୁ ୮ ମାସରେ ଜନ୍ମ ହେବା ଏହାର କାରଣ ହୋଇପାରେ । ମେଡିକାଲ ରିପୋର୍ଟ ଅନୁସାରେ ଶିଶୁ ଜନ୍ମ ସମୟରେ କାନ୍ଦି ବି ନାହିଁ । ଡାକ୍ତରମାନେ ଆଗକୁ କହିଲେ କି ଆମ ସାମ୍ନାରେ ୫୦ – ୫୦ ଭଳି ସିଚୁଏଶନ ଅଛି ।

ବର୍ତ୍ତମାନ ଶିଶୁକୁ ଭେଣ୍ଟିଲେଟରରେ ରଖାଯାଇଛି । କହିଦେଉଛୁ କି ଶିଶୁର ଚିକିଶ୍ଚା ପାଇଁ ହସ୍ପିଟାଲ ପ୍ରଶାସନ ସମସ୍ତ ଖର୍ଚ୍ଚ ରେ ୫୦ % ରିହାତି ଦେବାର ଘୋଷଣା କରିଛି ।

ପତ୍ନୀ କହିଲେ – ପୁଣି ଥରେ ପ୍ରାର୍ଥନା କରନ୍ତୁ

ରାଜନନ୍ଦିନୀ ଓ ସହିଦଙ୍କ ପିତା ରାମନିରଞ୍ଜନ ଠାକୁର ଲଗାତାର ଡାକ୍ତରଙ୍କୁ ପ୍ରାର୍ଥନା କରୁଛନ୍ତି କି ସେ ତାଙ୍କର ପିଲାକୁ ବଞ୍ଚାଇ ଦିଅନ୍ତୁ । ସହିଦଙ୍କର ପତ୍ନୀ କହିଲେ କି, ସ୍ଵାମୀର ମୁର୍ତ୍ୟୁ ପରେ ଆଉ ସେ ନିଜର ଶିଶୁକୁ ହରାଇବାକୁ ଚାହୁଁ ନାହାନ୍ତି । ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଆଶା ଛାଡି ନାହିଁ । ଯେତେବେଳେ ମୋ ସ୍ଵାମୀ ସହିଦ ହୋଇଥିଲେ ସେତେବେଳେ ଭାରତର ଲୋକମାନେ ପ୍ରାର୍ଥନାରେ ଏକତ୍ରିତ ହୋଇଥିଲେ ।

ବର୍ତ୍ତମାନ ପୁଣି ଥରେ ସେହି ଲୋକମାନଙ୍କୁ ମୁଁ ଅପିଲ କରୁଛି କି ସେମାନେ ମୋ ପୁଅ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ । କହିଦେଉଛୁ କି ସହିଦଙ୍କର ବଡ ପୁଅ ତିନି ବର୍ଷର ଅଟନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button