ସୀମାପାର ପେମେଣ୍ଟ୍କୁ ଶୀଘ୍ର, ସୁଲଭ କରିବ ଡିଜିଟାଲ୍ ମୁଦ୍ରା: ଶକ୍ତିକାନ୍ତ – Ibnodisha

[ad_1]

ନୂଆଦିଲ୍ଲୀ: କେନ୍ଦ୍ରୀୟ ବ୍ୟାଙ୍କ ପ୍ରସ୍ତୁତ କରିଥିବା ଡିଜିଟାଲ ମୁଦ୍ରା ସୀମାପାର ପେମେଣ୍ଟ୍ରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ। ଏହା ଜରିଆରେ ଶୀଘ୍ର ଓ ସୁଲଭ ମୂଲ୍ୟରେ ସୀମାପାର ପେମେଣ୍ଟ୍ ହୋଇପାରିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ମୁମ୍ବାଇରେ ଜି୨୦ ଟେକ୍ସ୍କ୍ରିଣ୍ଟ୍ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା (ସିବିଡିସି)ରେ ଶୀଘ୍ର, ସୁଲଭ ମୂଲ୍ୟରେ, ସ୍ବଚ୍ଛତାର ସହ ସୀମାପାର କାରବାର ହୋଇପାରିବ। ଏହା ଦ୍ବାରା ସାରା ବିଶ୍ବର ଅର୍ଥନୀତି ଓ ଲୋକମାନେ ଉପକୃତ ହୋଇପାରିବେ। ଅର୍ଥନୈତିକ ଅଭିବୃଦ୍ଧି, ଆନ୍ତର୍ଜାତିକ ବାଣିଜ୍ୟ ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଆଗକୁ ବଢ଼ାଇବାରେ ତାହା ସହାୟକ ହୋଇପାରିବ ବୋଲି ସେ କହିଛନ୍ତି।
ନିଜସ୍ବ ଡିଜିଟାଲ ମୁଦ୍ରା ଜାରି କରିଥିବା ବିଶ୍ବର ହାତଗଣତି ଦେଶ ମଧ୍ୟରୁ ଭାରତ ଅନ୍ୟତମ। ଏହା ଇ-ରୁପି ଜାରି କରିଛି ଯାହାର ପରୀକ୍ଷଣ ଉଭୟ ପାଇକାରୀ ଓ ଖୁଚୁରା ବଜାରରେ ଜାରି ରହିବ। ୨୦୨୨ ଡିସେମ୍ବରରେ ତାହାକୁ ଉନ୍ମୋଚନ କରାଯାଇଥିଲା। ଶକ୍ତିକାନ୍ତ କହିଛନ୍ତି କେନ୍ଦ୍ରୀୟ ବ୍ୟାଙ୍କର ଗ୍ରହଣୀୟତା ବଢ଼ାଇବା ପାଇଁ ସମାଧାନ ଓ ପ୍ରଯୁକ୍ତି ବିକାଶ ହେବା ଦରକାର ଯାହାକୁ ବିଭିନ୍ନ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହ ଯୋଡ଼ାଯାଇପାରିବ। ଏଥିପ୍ରତି ଧ୍ୟାନ ଦେବାର ସମୟ ଆସିଛି ବୋଲି ସେ କହିଛନ୍ତି।
[ad_2]