ରାଜ୍ୟ

ବିସ୍ଥାପିତ କରି ଭୁଲିଗଲେ ସରକାର: ଦୁଇଟି ବ୍ଲକ୍‌ର ବାସଚ୍ୟୁତଙ୍କୁ ମିଳିନି ଜମି ପଟ୍ଟା – Ibnodisha

[ad_1]

ଲମତାପୁଟ: ମାଛକୁଣ୍ଡ ଓ ଜଲ୍ଲାପୁଟରେ ବିଦ୍ୟୁତ୍‌ ଓ ସେଚ ପ୍ରକଳ୍ପ ପାଇଁ କୋରାପୁଟ ଜିଲ୍ଲା ଲମତାପୁଟ ଏବଂ ନନ୍ଦପୁର ବ୍ଲକ୍‌ର ୧୫ ପଞ୍ଚାୟତରୁ ଶତାଧିକ ଗାଁର ପରିବାର ବିସ୍ଥାପିତ ହୋଇଛନ୍ତି। କ୍ଷତିପୂରଣ ବାବଦରେ କିଛି ଟଙ୍କା ବିସ୍ଥାପିତଙ୍କୁ ସେହି ସମୟରେ ସରକାର ଦେଇଥିଲେ। ଏହାପରେ ବାସହରା ପରିବାର ଯେଉଁଠି ସ୍ଥାନ ପାଇଲେ ସେଠାରେ ଜନବସତି ସ୍ଥାପନ କରିଛନ୍ତି। ଏହାରି ମଧ୍ୟରେ ୭୫ବର୍ଷ ବିତି ଯାଇଥିଲେ ସୁଦ୍ଧା ବାସଚ୍ୟୁତ ବର୍ତ୍ତମାନ ଯେଉଁଠି ଆଶ୍ରୟ ନେଇଛନ୍ତି ସେହି ଜମିର ପଟ୍ଟା ମିଳିନାହିଁ। ତେଣୁ ଅନେକ ସରକାରୀ ଯୋଜନାରୁ ମଧ୍ୟ ବଞ୍ଚିତ ହୋଇ ହୋଇଛନ୍ତି। ଅପରପକ୍ଷରେ ରାଜ୍ୟ ସରକାର ହୀରାକୁଦ ବିସ୍ଥାପିତଙ୍କୁ ଜମି ପଟ୍ଟା ଯୋଗାଇ ଦେବାକୁ ଘୋଷଣା କରିବା ପରେ କୋରାପୁଟ ଜିଲ୍ଲାର ବିସ୍ଥାପିତଙ୍କୁ ସରକାର ସଂପୂର୍ଣ୍ଣ ଭୁଲିଗଲେ ବୋଲି ଅଭିଯୋଗ ହୋଇଛି।

ଜଲାପୁଟ ଓ ମାଛକୁଣ୍ଡରେ ଡ୍ୟାମ୍‌ ନିର୍ମାଣ ପାଇଁ ଓଡ଼ିଶାର ୧୫୭ ଗାଁର ୧୮,୨୦୦ ହେକ୍ଟର ଏବଂ ଆନ୍ଧ୍ରର ୫୮୦୦ ହେକ୍ଟର ଜମି ବ୍ରିଟିଶ୍‌ ସରକାର ଚିହ୍ନଟ କରିଥିଲେ। ୧୯୪୫ ମସିହାରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା। ସେହି ସମୟରେ ବିସ୍ଥାପିତଙ୍କୁ ପ୍ରତି ୩ଏକର ୫ସେଣ୍ଟ ଜମି ବାବଦରେ ମାତ୍ର ୨୧୫ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଇଥିଲା। ନନ୍ଦପୁର ବ୍ଲକର ୧୦ ପଞ୍ଚାୟତ ଏବଂ ଲମତାପୁଟ ବ୍ଲକର ୫ ପଞ୍ଚାୟତର ଶହ ଶହ ପରିବାର ଜୀବିକା ସହ ଆଶ୍ରୟ ହରାଇଥିଲେ। କିନ୍ତୁ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ସହାୟତା ସେମାନଙ୍କୁ ମିଳିନାହିଁ। ଏଥିପାଇଁ ବାରମ୍ବାର ବିସ୍ଥାପିତ ସଂଘ ଏବଂ ବୁଡି ଅଞ୍ଚଳ ସଂଘ ଆନ୍ଦୋଳନ କରିଛନ୍ତି। ହୀନସ୍ତା ହେବା ପାଇଁ କଣ ଜମି ଦେଇଥଲୁ କି ବୋଲି ବିସ୍ଥାପିତ ପ୍ରଶ୍ନ କରିବା ଆରମ୍ଭ କଲେଣି। ସେହିପରି ହୀରାକୁଦ ବିସ୍ଥାପିତଙ୍କୁ ସରକାର ଜମି ପଟ୍ଟା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିବାରୁ କୋରାପୁଟ ଜିଲ୍ଲାର ବିସ୍ଥାପିତଙ୍କ ଦୁର୍ଦ୍ଦଶାକୁ ମଧ୍ୟ ସରକାର ବିଚାରକୁ ନେବା ପାଇଁ ଦାବି ହୋଇଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button