ରାଜ୍ୟ

ସୁଶାନ୍ତ ଧଳସାମନ୍ତ ଏସସିବିରୁ ଡିସଚାର୍ଜ – Ibnodisha

[ad_1]

କଟକ : ଅପରାଧୀ ସୁଶାନ୍ତ ଧଳସାମନ୍ତ କଟକ ଏସସିବିରୁ ଡିସଚାର୍ଜ ହେଲା । ଗତ ଶୁକ୍ରବାର ଦିନ ବିଳମ୍ବିତ ରାତିରେ କାର୍ଡିଓଲୋଜି ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ବଲାଙ୍ଗୀର ଜେଲରୁ ତାଙ୍କୁ ଅଣାଯାଇଥିଲା। କଡ଼ା ସୁରକ୍ଷା ବଳୟ ଭିତରେ ଚାଲିଥିଲା ଚିକିତ୍ସା। ଡିସଚାର୍ଜ ପରେ ଏହାପରେ ସୁଶାନ୍ତ ଧଳସାମନ୍ତଙ୍କୁ ପୁଣି ବଲାଙ୍ଗୀର ଜେଲକୁ ନିଆଯାଇଛି । ତେବେ ଦୀର୍ଘଦିନ ଧରି ବଲାଙ୍ଗୀର ଜେଲରେ ରହିବା ପରେ ହୃଦଘାତ ଓ ଉଚ୍ଚ ରକ୍ତଚାପ ସମେତ ମଧୁମେହ ରୋଗ କାରଣରୁ ଗତ ୧୭ ତାରିଖରେ ବୁର୍ଲା ଭୀମସାର ମେଡିକାଲରେ ସୁଶାନ୍ତକୁ ଭର୍ତ୍ତି କରାଯାଇଥଲା । ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ଡିସେମ୍ବର ୨୧ରେ ତାକୁ ଭୀମସାରରୁ ଲାଇଫ ସପୋର୍ଟ ସିଷ୍ଟମ ଆମ୍ବୁଲାନ୍ସ ଯୋଗେ କଡ଼ା ସୁରକ୍ଷା ବଳୟ ମଧ୍ୟରେ କଟକ ଅଣାଯାଇଥିଲା । ସେଠାରେ ତାଙ୍କୁ ଏସ୍‌ସିବିର ହୃଦରୋଗ ବିଭାଗରେ ଆଡ୍‌ମିଟ୍‌ କରଯାଇଥିଲା। ସୁଶାନ୍ତ ଧଳସାମନ୍ତଙ୍କୁ ହାର୍ଟଆଟାକ୍‌ ସହ ଉଚ୍ଚ ରକ୍ତଚାପର ସମସ୍ୟା ରହିଥିଲା l ସିଭିଅର୍‌ ହୃଦ୍‌ଘାତରେ ହୃତ୍‌ପିଣ୍ଡର ଯେଉଁ ଅଂଶ ପ୍ରଭାବିତ ହୋଇଥିଲା, ସେଠାରେ ଥିବା ମାଂସପେଶୀ ଠିକ୍‌ ଅଛି ନା ନଷ୍ଟ ହୋଇଛି, ତାହା ପରୀକ୍ଷା କରିବା ପାଇଁ ଭୀମସାରରେ ବ୍ୟବସ୍ଥା ନଥିଲା । ଏହି କାରଣରୁ ସୁଶାନ୍ତକୁ କଟକ ସ୍ଥାନାନ୍ତର କରାଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button