ଦୁର୍ବଳ ହେଲା ଲଘୁଚାପ: ୩ ଦିନ ବର୍ଷା ହେବାର ସମ୍ଭାବନା – Ibnodisha

[ad_1]
ଭୁବନେଶ୍ବର: ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ଉତ୍ତର-ପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ତତ୍ସଂଲଗ୍ନ ଦକ୍ଷିଣ-ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳସ୍ଥ ସମୁଦ୍ର ମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଛି। କିନ୍ତୁ ଜଡିତ ଘୂର୍ଣ୍ଣିବଳୟ ଆଜି ମଧ୍ୟ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳରେ ୭.୬ କିମି ଯାଏଁ ସକ୍ରିୟ ରହିଛି।
ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳରୁ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ମୌସୁମୀ ନିମ୍ନଚାପ ରେଖା ଆଜି ତାର ସାଧାରଣ ଅବସ୍ଥାନ ଠାରୁ ଦକ୍ଷିଣରେ ରହିବା ସହ ରାଜସ୍ଥାନର ବିକେନାରରୁ ବାହାରି ଗୁନା, ମାଣ୍ଡଲା, ରାଏପୁର ମଧ୍ୟ ଦେଇ ଆନ୍ଧ୍ରପ୍ରଦେଶର କଳିଙ୍ଗାପାଟନମରୁ ଦକ୍ଷିଣ ପୂର୍ବ ଦିଗରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି ତଥା ବାୟୁମଣ୍ଡଳରେ ୨.୧କିମି ଉଚ୍ଚତା ଯାଏଁ ବ୍ୟାପିଛି।
[ad_2]




