ଦେଶ

ମୋଦିଙ୍କୁ ଚିଠି ଲେଖିଲେ ସୋନିଆ ଗାନ୍ଧୀ – Ibnodisha

[ad_1]

ବ୍ୟୁରୋ : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେତୃତ୍ୱରେ ଚାଲିଥିବା ସରକାର ଡାକିଥିବା ସ୍ୱତନ୍ତ୍ର ଅଧିବେଶନକୁ ନେଇ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠି ମାଧ୍ୟମରେ ସେ ସ୍ୱତନ୍ତ୍ର ଅଧିବେଶନରେ ୯ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଦାବି କରିଛନ୍ତି ।କହିରଖୁ କି ସୋନିଆ ଗାନ୍ଧୀ ଏହି ଚଠି ଲେଖିବା ଆଗରୁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ମଙ୍ଗଳବାର ଦିନ କେନ୍ଦ୍ର ସରକାର ବିଶେଷ ଅଧିବେଶନର ଏଜେଣ୍ଡା କଣ ବୋଲି ତାହା ସାର୍ବଜନୀନ କରିବାକୁ ଦାବି କରିଥିଲେ । ବିରୋଧୀ ମେଣ୍ଟ କହିଛି କି ଯଦି ଏକ ଶୃଙ୍ଖଳିତ ଅଧିବେଶନ ସରକାର ଚାହୁଁଛନ୍ତି ତେବେ ବେରୋଜଗାରୀ ଓ ଦରବୃଦ୍ଧି ଉପରେ ସରକାର ସଂସଦରେ ଆଲୋଚନା କରନ୍ତୁ । ଏହାସହ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ଚିଠି ଲେଖିଛନ୍ତି ସେଥିରେ ସେ ସଂସଦର ସ୍ୱତନ୍ତ୍ର ଅଧିବେଶନରେ କଣ ପ୍ରସଙ୍ଗ ରହିବ ତାହାକୁ ସାର୍ବଜନୀନ କରିବାକୁ ଦାବି କରିଛନ୍ତି ମଧ୍ୟ ।କଂଗ୍ରେସ ନେତା ଜୟରାମ ରମେଶ ଏହି ଚିଠି ବାବଦରେ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ଚିଠି ଲେଖିଛନ୍ତି ସେଥିରେ ସେ କହିଛନ୍ତି କି ସରକାର ନିଜ ମନଇଚ୍ଛାରେ ଏହି ବୈଠକ ଡାକିଛନ୍ତି । ବିଶେଷ ଅଧିବେଶନ ପୂର୍ବରୁ ସରକାର ବିରୋଧୀଦଳମାନଙ୍କ ସହ ଆଲୋଚନା କରିନାହାଁନ୍ତି । ତେଣୁ ଗତ ମୌସୁମୀ ଅଧିବେଶନରେ ବିରୋଧୀଦଳ ଯେଉଁ ପ୍ରସଙ୍ଗ ଉଠାଇଥିଲେ ସ୍ୱତନ୍ତ୍ର ଅଧିବେଶନରେ ମଧ୍ୟ ସମାନ ପ୍ରସଙ୍ଗ ଉଠାଇବେ ବୋଲି ସୋନିଆ ଗାନ୍ଧୀ ସ୍ପଷ୍ଟ କରିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button