ଆର୍ଥିକ ସଂକଟରେ ପଡ଼ି ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ବିକ୍ରି କରିଛି ପାକିସ୍ତାନ – Ibnodisha

[ad_1]
ନୂଆଦିଲ୍ଲୀ: ଭୀଷଣ ଆର୍ଥିକ ସଂକଟର ସମ୍ମୁଖୀନ ହେଉଥିବା ପାକିସ୍ତାନ ପାଇଁ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ସ୍ଥିତି ଏପରି ହୋଇଛି ଯେ ପାକିସ୍ତାନକୁ ନିଜର ଅସ୍ତ୍ରଶସ୍ତ୍ର ବିକ୍ରି କରିବାକୁ ପଡ଼ିଛି । ରିପୋର୍ଟ ଅନୁସାରେ ପାକିସ୍ତାନ ଗତ ବର୍ଷ ଦୁଇଟି ଘରୋଇ ଆମେରିକୀୟ କମ୍ପାନି ମାଧ୍ୟମରେ ୟୁକ୍ରେନକୁ ପ୍ରାୟ ୩୬ କୋଟି ୪୦ ଲକ୍ଷ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ବିକ୍ରି କରିଥିଲା । ଗୋଟିଏ ପଟେ ପାକିସ୍ତାନ ରୁଷଠାରୁ ଶସ୍ତାରେ ତେଲ କିଣିବାକୁ କଥାବାର୍ତ୍ତା ଚଳାଇଥିବାବେଳେ ଅନ୍ୟପଟେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ବିକ୍ରି କରିଚାଲିଥିଲା ।
ପାକିସ୍ତାନୀ ସେନାର ମୁଖ୍ୟାଳୟ ଥିବା ସହର ରାଓ୍ବଲପିଣ୍ଡିଠାରେ ଥିବା ନୂର ଖାଁ ଏୟାରବେସରୁ ଏକ ବ୍ରିଟିଶ ମିଲିଟାରୀ ମାଲବାହୀ ବିମାନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ସାଇପ୍ରସ, ଗ୍ରୀସର ଆକ୍ରୋଟିରିଠାରେ ଥିବା ଆମେରିକୀୟ ଏୟାରବେସକୁ ଅସ୍ତ୍ରଶସ୍ତ୍ର ପଠାଯାଇଥିଲା । ସେଠାରୁ ରୋମାନିଆ ଦେଇ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ପଠାଯାଇଥିଲା । ଉକ୍ତ ବ୍ରିଟିଶ ବିମାନଟି ୫ ଥର ଉଡ଼ାଣ ଭରି ଅସ୍ତ୍ରଶସ୍ତ୍ର ନେଇଯାଇଥିଲା । ବିବିସିର ଏକ ରିପୋର୍ଟ ଅନୁସାରେ ୧୫୫ଏମଏମ ସେଲ୍ ବିକ୍ରି କରିବାକୁ ପାକିସ୍ତାନ ୨ଟି ଆମେରିକୀୟ କମ୍ପାନି ଗ୍ଲୋବାଲ ମିଲିଟାରୀ ଓ ନର୍ଥରପ୍ ଗ୍ରୁମାନ ସହ ଚୁକ୍ତି ସ୍ବାକ୍ଷର କରିଛି । ୨୦୨୨ ଅଗଷ୍ଟ ୧୭ରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ତେବେ ଏପରି କୌଣସି ଚୁକ୍ତି ହୋଇଥିବା ଖବରକୁ ପାକିସ୍ତାନ ସରକାର ଖଣ୍ଡନ କରିଛନ୍ତି ।
[ad_2]