ଦେଶ

ମୃତ୍ୟୁର ଠିକ୍ ପୂର୍ବରୁ ପୀଡ଼ିତ ଦେଇଥିବା ବୟାନ ଅଧିକ ଗ୍ରହଣୀୟ: ସୁପ୍ରିମକୋର୍ଟ – Ibnodisha

[ad_1]

ନୂଆଦିଲ୍ଲୀ: ମୃତ୍ୟୁକାଳୀନ ଜମାନବନ୍ଦୀ ସଂପର୍କରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଏହାକୁ ସବୁବେଳେ ଏକମାତ୍ର ଆଧାର ଭାବେ ଗ୍ରହଣ କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ମୃତ୍ୟୁକାଳୀନ ଜମାନବନ୍ଦୀ ବା ମୃତ୍ୟୁର ଠିକ୍ ପୂର୍ବରୁ ପୀଡ଼ିତ ଦେଇଥିବା ବୟାନର ଯଥେଷ୍ଟ ଅଧିକ ଗ୍ରହଣୀୟ ରହିଛି। ହେଲେ ଏହାକୁ କୌଣସି କୋର୍ଟ ଅନ୍ଧ ଭାବେ ବିଶ୍ୱାସ କରିବା ଉଚିତ୍‌ ନୁହେଁ।

ମୃତ୍ୟୁକାଳୀନ ଜମାନବନ୍ଦୀକୁ ଆଧାର କରି କାହାକୁ ଦୋଷୀ ସାବ୍ୟସ୍ତ କରିବା ବେଳେ, ସାବଧାନତା ଅବଲମ୍ବନ କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟ। ମୃତ୍ୟୁକାଳୀନ ଜମାନବନ୍ଦୀ ଠିକ୍ କି ନୁହେଁ ସେନେଇ ସନ୍ଦେହ ଉପୁଜିଲେ, ତାକୁ କେବଳ ଏକ ପ୍ରମାଣ ଭାବେ ଗ୍ରହଣ କରାଯିବା ଉଚିତ୍‌ ଏବଂ ଅନ୍ୟ ପାରିପାର୍ଶ୍ୱିକ ପ୍ରମାଣ ଉପରେ ମଧ୍ୟ ଦୃଷ୍ଟି ଦିଆଯିବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି।

ନିଜ ପୁଅ ଓ ୨ ଭାଇଙ୍କୁ ପୋଡ଼ି ମାରିଦେବା ଅଭିଯୋଗ ମାମଲାର ଶୁଣାଣି କରି ଏଭଳି କହିବା ସହିତ, ମୃତ୍ୟୁକାଳୀନ ଜମାନବନ୍ଦୀକୁ ଆଧାର କରି ଏଥିରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏବଂ ମୃତ୍ୟୁଦଣ୍ଡାଦେଶ ପାଇଥିବା ଅଭିଯୁକ୍ତକୁ ଦୋଷମୁକ୍ତ କରିଛନ୍ତି ସୁପ୍ରିମକୋର୍ଟ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button