ରାଜ୍ୟ

ବେକରେ ଗାମୁଛା ଲଗାଇ ଝୁଲିପଡିଲେ ଯବାନ ! – Ibnodisha

[ad_1]

ବାଲିଗୁଡ଼ା : ସିଆର୍‌ଏଫ୍‌ ଯବାନଙ୍କ ଆତ୍ମହତ୍ୟା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଅବସ୍ଥିତ ସିଆରପିଏଫ୍‌ର ୨୧୭ ବାଟାଲିୟନ୍‌ର ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି । ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି

ସୂଚନା ଅନୁଯାୟୀ ବାଲିଗୁଡ଼ାରେ ଅବସ୍ଥିତ ସିଆରପିଏଫ୍‌ର ୨୧୭ ବାଟାଲିୟନ୍‌ର ଜଣେ ସି.ଆର.ପି.ଏଫ ଯବାନ ଆତ୍ମହତ୍ୟା କରିଛନ୍ତି । ପାଇଖାନାରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ସି.ଆର.ପି.ଏଫ ଯବାନ ହେଲେ କେରଳ ରାଜ୍ୟର କାଟାକାଡା ଅଞ୍ଚଳର ରମେଶ ସି.ଏଲ । ତେବେ ରମେଶଙ୍କୁ ସାଥି ଯବାନ ଉଦ୍ଧାର କରି ବାଲିଗୁଡା ମେଡିକାଲକୁ ନେଇଥିଲେ । କିନ୍ତୁ ଡାକ୍ତର ବାଲିଗୁଡା ମେଡିକାଲରେ ମୃତ ଘୋଷଣା କରିଥିଲେ। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ମୃତ ଶରୀରକୁ ନିଜ ଗାଁକୁ ପଠା ଯାଇଛି । ଆତ୍ମହତ୍ୟା ଘଟଣା ନେଇ ବାଲିଗୁଡା ଥାନାରେ ମାମଲା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ବାଲିଗୁଡା ପୋଲିସ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button