ମନୋରଞ୍ଜନ

‘ଦିଦି ତେରା ଦେବର୍‌ ଦିୱାନା…’ର ଗୀତିକାର ଦେବ କୋହଲିଙ୍କ ଦେହାନ୍ତ – Ibnodisha

[ad_1]

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ରର ପ୍ରଖ୍ୟାତ ଗୀତିକାର ତଥା କବି ଦେବ କୋହ୍‌ଲିଙ୍କର ଆଜି ଦେହାନ୍ତ ହୋଇଯାଇଥିବା କଥା ତାଙ୍କ ପରିବାର ଲୋକେ କହିଛନ୍ତି।

ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। କିନ୍ତୁ, ତାଙ୍କ ମୃତ୍ୟୁର କାରଣ ବିଷୟରେ ପରିବାର ତରଫରୁ କୌଣସି ସୂଚନା ଦିଆଯାଇନାହିଁ।

ଆଜି ଅପରାହ୍ଣ ୨ଟା ବେଳେ ମୁମ୍ବାଇସ୍ଥିତ ଜୁପିଟର୍‌ ଆପାର୍ଟମେଣ୍ଟ୍‌ରେ ଥିବା ତାଙ୍କ ବାସଭବନରେ ଶେଷକୃତ୍ୟ କରାଯାଇ ସନ୍ଧ୍ୟା ୬ଟା ବେଳେ ଯୋଗେଶ୍ବରୀ ୱେଷ୍ଟ୍‌ସ୍ଥିତ ଓଶିୱାରା ଶ୍ମଶାନରେ ତାଙ୍କ ଶବ ସତ୍କାର କରାଯିବ ବୋଲି ‘ଇଣ୍ଡିଆ ଟିଭି’ ରିପୋର୍ଟ କରିଛି।

ତାଙ୍କର ଘନିଷ୍ଠ ସହ‌ଯୋଗୀ ଅନୁ ମଲିକ, ଆନନ୍ଦ ରାଜ୍‌ ଆନନ୍ଦ, ଉତ୍ତମ ସିଂହଙ୍କ ସମେତ ବଲିଉଡ୍‌ର ବହୁ ସେଲିବ୍ରେଟି ଶେଷକୃତ୍ୟରେ ଯୋଗ ଦେଇ ସ୍ବର୍ଗତ ଆତ୍ମା ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରିବେ।

Image Courtesy of India TV

ପାକିସ୍ତାନର ରାୱଲ୍‌ପିଣ୍ଡିରେ ଜନ୍ମିତ ଦେବ କୋହ୍‌ଲି ୧୯୬୯ ମସିହାରେ ‘ଗୁଣ୍ଡା’ ଚଳଚ୍ଚିତ୍ର ପାଇଁ ପ୍ରଥମେ ଗୀତ ଲେଖିଥିଲେ। ‘ମୈନେ ପ୍ୟାର୍‌ କିୟା’, ‘ବାଜିଗର୍‌’, ‘ହମ୍‌ ଆପ୍‌କେ ହୈ କୌନ୍‌’, ‘ଜୁଡ୍‌ୱା-୨’, ‘ମୁସାଫିର୍‌’, ‘ସୁଟ୍‌ ଆଉଟ୍‌ ଆଟ୍‌ ଲୋଖାଣ୍ଡୱାଲା’, ‘ଟ୍ୟାକ୍ସି ନମ୍ବର ୯୧୧’ ଭଳି ଶତାଧିକ ହିନ୍ଦୀ ଚଳଚ୍ଚିତ୍ର ପାଇଁ ସେ ଅନେକ ଲୋକପ୍ରିୟ ଗୀତ ‌ରଚନା କରିଥିଲେ।

ରାଜ୍‌ କୁମାର, ହେମା ମାଳିନୀ, ରାଖି ଓ ବିନୋଦ ମେହେରାଙ୍କ ଅଭିନୀତ ୧୯୭୧ ମସିହାର ଚଳଚ୍ଚିତ୍ର ‘ଲାଲ୍‌ ପଥର’ର ‘ଗୀତ୍‌ ଗାତା ହୁଁ ମୈ’ ହେଉଛି ତାଙ୍କର ପ୍ରଥମ ଲୋକପ୍ରିୟ ଗୀତ। ସେହିପରି, ‘ମାୟେ ନି ମାୟେ’, ‘ୟେ କାଲି କାଲି ଆଁଖେ’, ‘ଓ ସାକି ସାକି’, ‘ଦିଦି ତେରା ଦେବର୍‌ ଦିୱାନା ଭଳି ତାଙ୍କର ଅନେକ ଗୀତ ଲୋକପ୍ରିୟ ହୋଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button