ଦେଶ

ଆଜି ଜନ୍ମସ୍ଥାନରେ ବିରାଜିବେ ରାମ ଲାଲା – Ibnodisha

[ad_1]

ଅଯୋଧ୍ୟା : ଅଯୋଧ୍ୟା ରାମ ମନ୍ଦିର ସ୍ୱପ୍ନ ସତ ହେବା ଯେତିକି ଐତିହାସିକ, ସେତିକି ଅବିସ୍ମରଣୀ। ଆଜି ପୂର୍ବାହ୍ନ ୧୦ଟାରୁ ଅନୁଷ୍ଠିତ ହେବ ଅତି ସ୍ୱତନ୍ତ୍ର ମଙ୍ଗଳ ଧ୍ୱନି କାର୍ଯ୍ୟକ୍ରମ। ପ୍ରାଣପ୍ରତିଷ୍ଠା ପରେ ଆଖିରୁ ପଟି ଖୋଲାଯାଇ ରାମ ଲଲାଙ୍କୁ ସ୍ନାନ କରାଇ ତିଳକ ଲଗାଯିବ। ଏହାପରେ ବିଭିନ୍ନ ଆଭୂଷଣରେ ସଜେଇ ହେବେ ଅଯୋଧ୍ୟାର ରାମକୁମାର। ତ୍ରେତୟା ଯୁଗରେ ଯେଉଁ ସ୍ଥାନରେ ପ୍ରଭୁ ଶ୍ରୀରାମଚନ୍ଦ୍ର କୌଶଲ୍ୟାଙ୍କ କୋଳମଣ୍ଡନ କରିଥିଲେ, ୫ ଶତାବ୍ଦୀ ପରେ ପୁଣି ସେହି ସ୍ଥାନରେ ପୂଜା ପାଇବେ ରାମ ଲଲା। ଆଜି ଅପରାହ୍ନ ୧୨ଟା ୧୫ରୁ ୧୨ଟା ୪୫ ଯାଏଁ ଅର୍ଥାତ୍ ୩୦ ମିନିଟ୍ ରହିଛି ମାହେନ୍ଦ୍ର ବେଳା। ଆଉ ମାତ୍ର ୮୪ ସେକେଣ୍ଡ ରହିବ ଅଭିଜିତ ମୁହୂର୍ତ୍ତ। ତେଣୁ ଏହି ଦୁର୍ଲଭ ମୁହୂର୍ତ୍ତ ଅର୍ଥାତ ୧୨ଟା ୨୯ ମିନିଟ୍ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ୍ ୩୨ ସେକେଣ୍ଡ ଭିତରେ ରାମ ଲଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button