ଦେଶ

ଦୁର୍ଘଟଣାଗ୍ରସ୍ତ ହେଲା ସେନା ବିମାନ, ୭୪ ମୃତ – Ibnodisha

[ad_1]

ଋଷ : ଦୁର୍ଘଟଣାଗ୍ରସ୍ତ ହେଲା ସେନା ବିମାନ। ଋଷର ଏକ ସେନା ବିମାନ ୟୁକ୍ରେନ୍‌ ସୀମା ନିକଟରେ କ୍ରାଶ ହୋଇଛି। ଏହି ଦୁର୍ଘଟଣାରେ ୭୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ସୂଚନା ମୁତାବକ, ଋଷ ସେନା ବିମାନ ଆଇଏଲ-୭୬ ଟ୍ରାନ୍ସପୋର୍ଟ ବିମାନ ୟୁକ୍ରେନ ସୀମା ନିକଟସ୍ଥ ପଶ୍ଚିମ ବେଲଗ୍ରୁଡ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଏହି ବିମାନରେ ୟୁକ୍ରେନର ସେହି ଲୋକମାନେ ଥିଲେ ଯେଉଁମାନଙ୍କୁ ଯୁଦ୍ଧବନ୍ଦୀ ରୂପେ ଅପହରଣ କରାଯାଇଥିଲା। ଋଷ ରକ୍ଷା ମନ୍ତ୍ରାଳୟର କହିବା ମୁତାବକ, ବିମାନରେ ୬୫ ଜଣ ସୈନିକଙ୍କ ସମେତ ମୋଟ ୭୪ ଜଣ ଥିଲେ। ୟୁକ୍ରେନ୍‌ର ଏହି କଏଦ ସୈନିକମାନଙ୍କୁ ଏକ୍ସଚେଞ୍ଜ ପାଇଁ ବବେଲଗ୍ରୁଡ ଅଞ୍ଚଳକୁ ବମାନ ଯୋଗେ ପଠାଯାଉଥିଲା। ତାଙ୍କ ସହ ବିମାନରେ ୬ଜଣ କ୍ରୁ ସଦସ୍ୟ ଓ ତିନି ଜଣ ଏସ୍କର୍ଟ ମଧ୍ୟ ସାମିଲ ଥିଲେ। ତାବେ ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button