ଦେଶ

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପ୍ରସଂଶା କରି ଏମିତି କହିଲେ ମୋଦୀ – Ibnodisha

[ad_1]

ନୂଆଦିଲ୍ଲୀ: ଗୁରୁବାର ରାଜ୍ୟସଭାରେ ଅଭିଭାଷଣ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅବଦାନକୁ ପ୍ରଶଂସା କରିବା ସହ କହିଛନ୍ତି ଯେ ମନମୋହନ ସିଂହ ହ୍ୱିଲଚେୟାରରେ ମଧ୍ୟ କାମ କରିଛନ୍ତି। ରାଜ୍ୟସଭାର ଅବସରପ୍ରାପ୍ତ ସଦସ୍ୟଙ୍କ ବିଦାୟ ସମୟରେ ଗୃହକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି।“ମୋର ମନେ ଅଛି ଅନ୍ୟ ଗୃହରେ ମତଦାନ ସମୟରେ ଶାସକ ଦଳ ଜିତିବ ବୋଲି ଜଣାପଡ଼ିଥିଲା, କିନ୍ତୁ ଡକ୍ଟର ମନମୋହନ ସିଂହ ହ୍ଵିଲଚେୟାରରେ ଆସି ଭୋଟ୍ ଦେଇଥିଲେ” ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଜଣେ ସଦସ୍ୟ ନିଜ କର୍ତ୍ତବ୍ୟ ପ୍ରତି ସଚେତନ ହେବାର ଏହା ଏକ ଉଦାହରଣ ବୋଲି ସେ କହିଛନ୍ତି। ଅବସର ନେବାକୁ ଯାଉଥିବା ରାଜ୍ୟସଭା ସଦସ୍ୟମାନଙ୍କୁ ଗୁରୁବାର ଦିଲ୍ଲୀସ୍ଥିତ ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବାସଭବନରେ ବିଦାୟ ଦିଆଯିବ। ଏହାପୂର୍ବରୁ ପୂର୍ବାହ୍ନ ୧୦ଟାରେ ରାଷ୍ଟ୍ରପତି ଭବନରେ ରାଜ୍ୟସଭା ସଦସ୍ୟମାନେ ଏକ ଗ୍ରୁପ୍ ଫଟୋରେ ଅଂଶଗ୍ରହଣ କରିଥିଲେ। ପରେ ସନ୍ଧ୍ୟା ସାଢ଼େ ୬ଟାରେ ଅଧ୍ୟକ୍ଷଙ୍କ ବାସଭବନରେ ଅବସରପ୍ରାପ୍ତ ସଦସ୍ୟଙ୍କ ବିଦାୟ ସମାରୋହରେ ଯୋଗଦେବେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button