ଜି-୨୦ ନୈଶଭୋଜିରେ ମମତାଙ୍କ ଯୋଗଦାନ ପ୍ରସଙ୍ଗ; ଟିଏମ୍ସିକୁ ଟାର୍ଗେଟ କଲା କଂଗ୍ରେସ – Ibnodisha

[ad_1]
ନୂଆଦିଲ୍ଲୀ: ଜି-୨୦ରେ ଯୋଗଦେବାକୁ ଭାରତ ଆସିଥିବା ବିଭିନ୍ନ ସଦସ୍ୟ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧିମଣ୍ଡଳଙ୍କ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତରଫରୁ ଚଳିତମାସ ୯ରେ ପ୍ରଗତି ମଇଦାନସ୍ଥିତ କନ୍ଭେନ୍ସନ ହଲ୍ରେ ଏକ ନୈଶଭୋଜିର ଆୟୋଜନ କରାଯାଇଥିଲା । ଉକ୍ତ ଭୋଜିକୁ ସବୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା । ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍ସି) ସୁପ୍ରିମୋ ମମତା ବାନାର୍ଜୀ ଉକ୍ତ ଭୋଜିରେ ଯୋଗଦେଇଥିବାବେଳେ କଂଗ୍ରେସ ପକ୍ଷରୁ ଏହାକୁ ତୀବ୍ର ସମାଲୋଚନା କରାଯାଇଛି । ୨୦୨୪ ନିର୍ବାଚନରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ହଟାଇବାକୁ କଂଗ୍ରେସ ନେତୃତ୍ୱରେ ୨୮ଟି ବିରୋଧୀ ଦଳ ଏକାଠି ହୋଇ ‘ଇଣ୍ଡିଆ’ ମେଣ୍ଟ ଗଠନ କରିଛନ୍ତି ।
ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ତଥା ସାଂସଦ ଅଧିର ରଞ୍ଜନ ଚୌଧୁରୀ ମମତାଙ୍କ ଉପସ୍ଥିତିକୁ ସମାଲୋଚନା କରିଛନ୍ତି । ମୋଦୀଙ୍କୁ ହଟାଇବାକୁ ଗଠନ କରାଯାଇଥିବା ‘ଇଣ୍ଡିଆ’ ମେଣ୍ଟରେ ମମତା ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବାବେଳେ ନୈଶଭୋତିରେ ଯୋଗଦେବା ଲଜ୍ଜାଜନକ ବୋଲି ଚୌଧୁରୀ କହିଛନ୍ତି । ମମତା ଦିନକ ପୂର୍ବରୁ ଅର୍ଥାତ ସେପ୍ଟେମ୍ବର ୮ରେ ଦିଲ୍ଲୀରେ ପହଞ୍ଚିଥିଲେ । ଏପରିକି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଗୋଟିଏ ପ୍ରକୋଷ୍ଠରେ ମମତା ରାତ୍ରୀଭୋଜନ କରିଥିବା ସେ କହିଛନ୍ତି । ଏହାଦ୍ୱାରା ମୋଦୀ ସରକାରଙ୍କ ଆଗରେ ଇଣ୍ଡିଆ ମେଣ୍ଟ ଦୁର୍ବଳ ପ୍ରମାଣିତ ହୋଇଥିବା ଚୌଧୁରୀ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଟିଏମ୍ସି ରାଜ୍ୟସଭା ସାଂସଦ ଶାନ୍ତନୁ ସେନ୍ କହିଛନ୍ତି ଯେ ମମତା କେଉଁଠାକୁ ଯିବେ ତାହା ଚୌଧୁରୀ ନିର୍ଣ୍ଣୟ କରିପାରିବେ ନାହିଁ ।
[ad_2]