ଅପରାଧ

ସ୍ୱାମୀ-ସ୍ତ୍ରୀ ଝଗଡାରୁ ନିଜ ସନ୍ତାନକୁ ହତ୍ୟା କଲା ଜନ୍ମକଲା ମାଆ – Ibnodisha

[ad_1]

ମୟୁରଭଞ୍ଜ : କ୍ରୋଧର କରୁଣ ପରିଣତି। ପିଶାଚ ସାଜିଲା ମା। ସ୍ୱାମୀ ସ୍ତ୍ରୀ ଝଗଡାରୁ ନିଜ ସନ୍ତାନକୁ ହତ୍ୟା କଲା ଜନ୍ମ କଲା ମା। ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ବାଙ୍କିଡିହି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବାଙ୍କିଡିହି ଗାଁରେ ସାଲାଇ ନାଏକଙ୍କ ଦେଢ଼ ମାସର ଶିଶୁପୁତ୍ରକୁ ହତ୍ୟା କରି କେନାଲକୁ ଫିଙ୍ଗି ଦେଇଥିଲା ଜନ୍ମକଲା ମା ପାର୍ବତୀ ନାଏକ। କୌଣସି କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବାରୁ ଉତ୍ୟକ୍ତ ହୋଇ ଜୀବନ୍ତ ଶିଶୁପୁତ୍ର କେନାଲକୁ ଫିଙ୍ଗିଥିଲା ନିଷ୍ଠୁର ମା। ଆଜି କେନାଲରେ ଶିଶୁର ମୃତଦେହ ଭାସୁଥିବା ଅବସ୍ଥାରେ ଦେଖି ଗାଁ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇଛି । ଖବର ପାଇ ବିଶୋଇ ପୋଲିସ ପହଞ୍ଚି ଶବକୁ ଜବଦ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଥିଲା। ହତ୍ୟାକାରୀ ମାଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ପୋଲିସ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button