ଅପରାଧ

ସ୍ତ୍ରୀକୁ ଦେଉଥିଲେ ନିର୍ଯାତନା; ଅଟକାଇବାରୁ ସାଙ୍ଗର ଜୀବନ ନେଲା ସାଙ୍ଗ – Ibnodisha

[ad_1]

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଅପରାଧ ଘଟଣା କମିବାର ନାଁ ଧରୁନି । ଗତକାଲି ଜଣେ ଯୁବକଙ୍କୁ ନିଜ ସାଙ୍ଗ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିବା ଭଳି ଜଘନ୍ୟ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ମୁନିରକା ଅଞ୍ଚଳରେ । ସୂଚନା ଅନୁସାରେ, ନେପାଳର ମୂଳ ବାସୀନ୍ଦା ୨୫ ବର୍ଷୀୟ ରୋବିନ ନିଜ ପ୍ରେମିକା ସହ ଦିଲ୍ଲୀର ମୁନିରକା ଅଞ୍ଚଳରେ ରହୁଥିଲେ । ରୋବିନ ନୋଏଡା଼ର ଏକ କଲ ସେଣ୍ଟରେ କାମ କରୁଥିଲେ । ସେପଟେ ରୋବିନର ସାଙ୍ଗ ୨୬ ବର୍ଷିୟ ମିଂଗଚାଂ ଉର୍ଫ ଜୀମିଙ୍କ ଘରେ ଏସି କାମ କରୁନଥିବାରୁ ଜିମିଙ୍କ ସ୍ତ୍ରୀ ଏବଂ ପୁଅ ଅସୁସ୍ଥ ଥିଲେ ।

ତେଣୁ ଜିମି ଏବଂ ତାଙ୍କ ପତ୍ନୀଙ୍କୁ ତାଙ୍କ ଘରେ ରହିବା ପାଇଁ ରୋବିନ ନିମନ୍ତ୍ରଣ କରିଥିଲେ । ଜିମି ଏବଂ ତାଙ୍କ ସ୍ତ୍ରୀ ଆସି ରୋବିନଙ୍କ ଘରେ ରହିବା ସମୟରେ ଜିମି ଅତ୍ୟଧିକ ମଦ୍ୟପାନ କରି ତାଙ୍କ ସ୍ତ୍ରୀଙ୍କ ସହ ଦୁର୍ବ୍ୟବହାର କରିଥିଲେ । ତେବେ ସେପ୍ଟେମ୍ବର ୯ ଶନିବାର ଭୋର ପ୍ରାୟ ୫.୪୮ ସମୟରେ ରୋବିନଙ୍କ ଘରେ ଜିମି ତାଙ୍କ ସ୍ତ୍ରୀଙ୍କୁ ମଦ୍ୟପାନ କରି ନିର୍ଯାତନା ଦେଉଥିବା ଦେଖି ରୋବିନ ଓ ତାଙ୍କ ପ୍ରେମିକା ଜିମିଙ୍କୁ ଏଭଳି ବ୍ୟବହାର ନକରିବା ପାଇଁ କହିବା ସହ ତାଙ୍କୁ ଅଟକାଇଥିଲେ । ଏହାପରେ ଜିମି ତାଙ୍କ ପାରିବାରିକ ମାମଲାରେ ହସ୍ତକ୍ଷପ ନକରିବା ପାଇଁ ରୋବିନଙ୍କୁ କହିଥିଲେ ।

ଏହାକୁ ନେଇ ଦୁଇ ଜଣଙ୍କ ସାଙ୍ଗଙ୍କ ମଧ୍ୟରେ ପ୍ରବଳ ଝଗଡା଼ ଲାଗିଥିଲା । ତେବେ ଝଗଡ଼ାରେ ଉତକ୍ଷିପ୍ତ ହୋଇ ନିଶାଗ୍ରସ୍ତ ଥିବା ଜିମି ପାଖରେ ଥିବା ଏକ ଧାରୁଆ ଛୁରୀ ଆଣି ରୋବିନଙ୍କ ଛାତି ଉପରେ ଆକ୍ରମଣ କରିଥିଲେ । ତେବେ ରୋବିନଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପ୍ରେମିକା ଏବଂ କିଛି ସାଙ୍ଗ ସଫଦରଜଙ୍ଗ ହସ୍ପିଟାଲକୁ ନେଇଥିଲେ । ତେବେ ସେଠାରେ ଚିକିତ୍ସା ଚାଲିଥିବା ବେଳେ ରୋବିନଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଏନେଇ ରୋବିନଙ୍କ ପ୍ରେମିକା କିଶାନଗଡ଼ ଥାନାରେ ଜିମିଙ୍ଗ ବିରୁଦ୍ଧରେ ଏକ ମାମଲା ଦାୟର କରିଥିଲେ । ତେବେ ଭାରତୀୟ ପିଙ୍ଗଳ କୋଡ ଧାରା ୩୦୨ ଆଧାରରେ ଅଭିଯୁକ୍ତ ଜିମିଙ୍କୁ ପୋଲିସ ଗିରଫ କରିବା ସହ ମାମଲାର ତଦନ୍ତ କରୁଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button