ଅପରାଧ

କରୱା ଚୌଥ୍ରେ ବାପଘରୁ ସ୍ତ୍ରୀ ନଫେରିବାରୁ ଜୀବନ ହାରିଲେ ସ୍ୱାମୀ – Ibnodisha

[ad_1]

ବରେଲି: ଉତ୍ତର ପ୍ରଦେଶର ବରେଲି ଜିଲ୍ଲାର ଭୁତା ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଖବର । କରୱା ଚୌଥ୍ ଅବସରରେ ବାପଘରୁ ସ୍ତ୍ରୀ  ଆସିଲେନି ବୋଲି ରାଗରେ ନିଜ ଜୀବନ ହାରିଦେଲେ ସ୍ୱାମୀ । ଏନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ। ସୂଚନା ମୁତାବକ, ଗତ ଗୁରୁବାର ଦିନ ପୋଲିସ୍ କହିଛି ଯେ, ଭୁତା ପୋଲିସ୍ ଷ୍ଟେସନ ଅଞ୍ଚଳର ଗୁଗା ଗାଁର ବାସିନ୍ଦା ପ୍ରମୋଦ କୁମାର (୨୪) ବୁଧବାର ରାତିରେ ନିଜ ଘରର କୋଠରୀରେ ଦଉଡି ଲଗାଇ ଜୀବନ ହାରି ଦେଇଛନ୍ତି । ତାଙ୍କ କହିବାନୁସାରେ, ପୋଲିସ୍ ପ୍ରମୋଦଙ୍କ ମୃତ ଶରୀର ଜବତ କରିବା ସହିତ ପୋଷ୍ଟମର୍ଟମ କରିଛି।

ପ୍ରମୋଦଙ୍କ ଜେଜେବାପା ବାବୁରାମ କହିଛନ୍ତି ଯେ, ଏକ କ୍ଷୁଦ୍ର ଚାଉଳ କାରଖାନା ଚଳାଉଥିଲେ ପ୍ରମୋଦ କୁମାର । ତେବେ ଦୁଇ ବର୍ଷ ପୂର୍ବେ ପିଲିଭିତ୍ ବାସିନ୍ଦା ପ୍ରୀତି ଦେବୀଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ସୂଚନା ଅନୁଯାୟୀ, ପ୍ରୀତି ଦୁଇମାସ ପୂର୍ବେ ତାଙ୍କ ବାପ ଘରକୁ ଯାଇଥିଲେ ଏବଂ ଯେତେବେଳେ ପ୍ରମୋଦ ତାଙ୍କୁ ନେବାକୁ ତାଙ୍କ ଘରକୁ ଯାଇଥିଲେ, ସେତେବେଳେ ତାଙ୍କ ଶାଶୁ ତାଙ୍କ ସହ ଝଗଡା କରିଥିଲେ। ଏହାପରେ ସେଠାରୁ ପ୍ରମୋଦ ଫେରିଆସିଥିଲେ ।

ବାବୁରାମ ଏହା ବି କହିଛନ୍ତି ଯେ, ପ୍ରମୋଦ ଗତ ବୁଧବାର ପ୍ରୀତିଙ୍କ ଘରକୁ ଫୋନ କରିଥିଲେ । ଏବଂ ତାଙ୍କୁ କରୱା ଚୌଥ୍ ରେ ଘରକୁ ପଠାଇବାକୁ ଶାଶୁଙ୍କୁ କହିଥିଲେ, କିନ୍ତୁ ପୁନର୍ବାର ଏନେଇ ତାଙ୍କ ଶାଶୁଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଯାହାଫଳରେ ପ୍ରମୋଦ ବିଳମ୍ବିତ ରାତିରେ ନିଜର ମାନସିକ ସ୍ଥିତି ହରାଇ ନିଜ କୋଠରୀରେ ଫାଶୀ ଲଗାଇ ଜୀବନ ହାରିଥିବା ସେ କହିଛନ୍ତି । ତେବେ ସକାଳେ ପ୍ରମୋଦଙ୍କ କୋଠରୀର କବାଟ ନ ଖୋଲିବାରୁ ପରିବାର ଲୋକେ କବାଟ ଭାଙ୍ଗି ଭିତରକୁ ଯାଇ ଦେଖିଲା ବେଳକୁ ପ୍ରମୋଦଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button