ଅପରାଧ

ଝିଅ ଏବଂ ପତ୍ନୀକୁ ଗୁଳି କରି ହତ୍ୟା କଲେ, ପରେ ନିଜକୁ ଶେଷ କଲେ କନେଷ୍ଟବଳ – Ibnodisha

[ad_1]

ନୂଆଦିଲ୍ଲୀ: ଆନ୍ଦ୍ରପ୍ରଦେଶରେ ଅଭାବନୀ ଘଟଣା । ପ୍ରଥମେ ସ୍ତ୍ରୀ ଏବଂ ଝିଅକୁ ଗୁଳି କରି ମାରିଲେ । ଶେଷରେ ନିଜେ ନିଜର ଜୀବନ ନେଲେ କନେଷ୍ଟବଳ । ଆନ୍ଧ୍ରପ୍ରଦେଶ ପୋଲିସ ବିଭାଗର ଜଣେ ହେଡ୍ କନେଷ୍ଟବଳ ସ୍ତ୍ରୀ ଏବଂ ଦୁଇ ଝିଅଙ୍କୁ ଗୁଳି କରି ମାରିବା ପରେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଗତକାଲି ରାତି ୧୧ଟା ଯାଏଁ କାମ କରିବା ପରେ ପୋଲିସ ଷ୍ଟେସନରୁ ଏକ ପିସ୍ତଲ ଏବଂ କିଛି ରାଉଣ୍ଡ ଗୁଳି ନେଇ ଘରକୁ ଯାଇଥିଲେ ହେଡ କନେଷ୍ଟବଳ । ତେବେ ଘରୋଇ କାରଣ ପାଇଁ ହେଡ କନେଷ୍ଟବଳ ନିଜ ପରିବାର ଏବଂ ନିଜକୁ ଶେଷ କରିଦେଇଥିବା ନେଇ ପୋଲିସ କହିଛି ।
ମୃତକ ଭେଙ୍କଟାଶ୍ବାରଲୁ କଡାପା-ଟୁ ଟାଉନ୍ ପୋଲିସ ଷ୍ଟେସନରେ କାର‌୍ୟ୍ୟରତ ଥିଲେ । ସେ ଥାନାରୁ ପିସ୍ତଲ ଏବଂ ଗୁଳି ନେଇ ଘରକୁ ଯାଇଥିଲେ । ଘରେ ୨୦ ବର୍ଷର ଝିଅ ଏବଂ ଦଶମ ଶ୍ରେଣୀରେ ପଢ଼ୁଥିବା ସାନ ଝିଅକୁ ଗୁଳି କରି ମାରିବା ସହ ନିଜ ୪୫ ବର୍ଷୀୟା ପତ୍ନୀଙ୍କୁ ଗିଳି କରିଦେଇଥିଲେ । ତାପରେ ଭେଙ୍କଟାଶ୍ବାରଲୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ନେଇ କଡାପା-ଟୁ ଥାନାର ଏସଆଇ ଏମଡି ଶରିଫ୍ ପିଟିଆଇକୁ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button