IBN ଓଡ଼ିଶା ଏକ୍ସକ୍ଲୁସିଭ୍ଅପରାଧ

ତେଲେଙ୍ଗାନାକୁ ଚାଲାଣ ବେଳେ ୬ ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଫେରାର୍

ବଲାଙ୍ଗୀର:ଧଣ୍ଡାମୁଣ୍ଡା:IBN ଓଡିଶା:-ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ଥାନା ଅନ୍ତର୍ଗତ କଂସାପଲା ଛକ ନିକଟରେ ପୁଲିସ ଚଢ଼ାଉ କରି  ୬ ଜଣ ଦାଦନ ଶ୍ରମିକ ଉଦ୍ଧାର କରିଥିବାର ଖବର ମିଳିଛି।ସୁଚନା ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ ଖପ୍ରାଖୋଲ ଥାନା ଅନ୍ତର୍ଗତ କଂସାପଲା ଛକ ନିକଟରୁ ଓଡି ୧୭ଏକ୍ସ ୫୬୨୬ ନମ୍ବର ବିଶିଷ୍ଟ ଏକ ଅଟୋରୁ ୬ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ହୋଇଥିବା ଶ୍ରମିକମାନେ ବରଗଡ଼ ଜିଲ୍ଲା ବୁଡେନ୍ ଥାନା ଅନ୍ତର୍ଗତ ଡଙ୍ଗାଛଚା ଗ୍ରାମର ବୋଲି ଜଣାପଡ଼ିଛି। ଏମାନଙ୍କୁ ପାଟଣାଗଡ଼ ଥାନା ଅନ୍ତର୍ଗତ ଭାଲୁଦୋରା ଗ୍ରାମର ଦାଦନ ସର୍ଦ୍ଦାର ବୁଲୁ ଜାଲ ତେଲେଙ୍ଗାନା ଅଞ୍ଚଳକୁ ଚାଲାଣ କରୁଥିଲା। ସେମାନଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ଅଣାଯାଇଥିଲା। ତେବେ  ବୁଲୁ ଜାଲ ଏବେ ଫେରାର୍ ଅଛି। ଏନେଇ ଖପ୍ରାଖୋଲ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button