ଅପରାଧରାଜ୍ୟ

ପରକୀୟା ପ୍ରୀତି ପାଇଁ ଯୁବକଙ୍କୁ ହତ୍ୟା!

ଯାଜପୁର:ରତ୍ନଗିରି:IBN ଓଡ଼ିଶା:- ପଡ଼ୋଶୀ କେନ୍ଦ୍ରାପଡ଼ା  ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର ଗ୍ରାମର ନିଖୋଜ ଯୁବକ ମନୋଜ କୁମାର ଗୋଚ୍ଛାୟତ(୨୬)ଙ୍କ ଖପୁରି, କଙ୍କାଳ ଓ ପୋଷାକ ମହାକାଳପଡ଼ା ବିରୂପା ନଦୀପଠା  ନିକଟରୁ ବରୀ ଥାନା ପୁଲିସ ଜବତ କରିଛି। ଏହି ଘଟଣାରେ ବରୀ ପୁଲିସ ମହାକାଳପଡ଼ାର ଜଣେ ମହିଳାଙ୍କୁ ଉଠାଇ ଆଣିଛି। ଚଳିତ ବର୍ଷ ବିବାହ କରିଥିବା ମନୋଜଙ୍କୁ ପରକୀୟା ପ୍ରୀତି ପାଇଁ ହତ୍ୟା କରି ନଦୀ ବାଲିରେ ପୋତି ଦିଆଯାଇଥିବାର ସନ୍ଦେହ ପ୍ରକାଶ ପାଇଛି। ମନୋଜଙ୍କ ବାପା ତପନ କୁମାର ଗୋଛାୟତ ଆଜି ବରୀ ଥାନାରେ ଏତଲା ଦେବା ପରେ ପୁଲିସ ନିକିରାଇ ଥାନା ସହ ଯୋଗାଯୋଗ କରି ତଦନ୍ତକୁ ତ୍ବରାନ୍ବିତ କରିଛି।

ଗତ ମାସ ୧୩ ତାରିଖ ସନ୍ଧ୍ୟାରେ ଧୂମାତ ପଞ୍ଚାୟତର ମଠସାହି ଗ୍ରାମର ମନୋଜ ଇନ୍ଦୁପୁର ବଜାରକୁ ଆସି ଆଉ ଘରକୁ ଫେରିନଥିଲେ। ପରିବାର ଲୋକମାନେ ତାଙ୍କୁ ଖୋଜାଖୋଜି କରି ନିରାଶ ହେବା ପରେ ୧୫ ତାରିଖରେ ନିକିରାଇ ଥାନାରେ ଏତଲା ଦେଇଥିଲେ। ରିପୋର୍ଟରେ ଦର୍ଶାଇଥିଲେ ଯେ ୨ମାସ ତଳେ ଏକ ମୋବାଇଲ ନମ୍ବରରୁ ମ‌ନୋଜ ଘରକୁ  ଧମକ ଆସିଥିଲା। ସେଥିରେ ମୋବାଇଲ ନମ୍ବର ଉଲ୍ଲେଖ ଥିଲା। ତିନିଦିନ ପରେ ଅର୍ଥାତ ଗତ ମାସ ୧୬ ତାରିଖ ଦିନ ଗମ୍ବୁ ଇନ୍ଦୁପୁର ପୋଲ ନିକଟରୁ ମ‌ନୋଜଙ୍କ ମୋଟରସାଇକଲ ଏକ ପରିତ୍ୟକ୍ତ ସ୍ଥାନରୁ ମିଳିଥିଲା। ନିଖୋଜ ରିପ‌ୋର୍ଟ ଓ ବାଇକ୍ ମିଳିବା ପରେ ମଧ୍ୟ ନିକିରାଇ ଥାନା ପୁଲିସର ତଦନ୍ତ ଆଉ ଆଗକୁ ବଢ଼ିନଥିଲା।

ଆଜି ହଠାତ ନଦୀପଠାରେ  ଖପୁରି, କଙ୍କାଳ ଓ ପୋଷାକ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ପରିବାର ଲୋକେ ପହଞ୍ଚି ପୋଷାକ ମନୋଜଙ୍କ ବୋଲି ଚିହ୍ନଟ କରିଛନ୍ତି। ବରୀ ପୁଲିସ ପୋଷାକ, ଖପୁରି ଓ କଙ୍କାଳ ଜବତ କରିଛି। ତାଙ୍କ ପୁଅକୁ ହତ୍ୟା କରି ନଦୀପଠାରେ ପୋତି ଦିଆଯାଇଥିବା  ତପନ ଦର୍ଶାଇଛନ୍ତି। ଏହି ହତ୍ୟାକାଣ୍ଡ ପାଇଁ ମହାକାଳପଡ଼ା ଗ୍ରାମର ଜନୈକା ମହିଳାଙ୍କ ପରିବାରକୁ ସେ ଦାୟୀ କରିଛନ୍ତି। ଅଭିଯୋଗକୁ ଆଧାର କରି ବରୀ ପୁଲିସ ସଂପୃକ୍ତ ମହିଳାଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ଆସନ୍ତାକାଲି ସୁଦ୍ଧା ସମସ୍ତ ଘଟଣା ଜଣାପଡ଼ିଯିବ ବୋଲି ବରୀ ପୁଲିସ କହିଛି।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button