ରାଜ୍ୟ

ରାଜ୍ୟରେ କମୁଛି ଝିଅଙ୍କ ସଂଖ୍ୟା, ୧୦୦୦ ପୁଅରେ ଅଛନ୍ତି ମାତ୍ର ୮୯୪ ଝିଅ, ଜାଣନ୍ତୁ ପୁରା ଖବର

ରାଜ୍ୟରେ ବଡ଼ ଉଦ୍ବେଗଜନକ ଅବସ୍ଥାରେ ରହିଛି କନ୍ୟା ଜନ୍ମହାର। ଡାକ୍ତରଖାନାରେ ପ୍ରସବ ହାର ଦିନକୁ ଦିନ ବଢ଼ୁଥିଲେ ହେଁ ଶିଶୁକନ୍ୟା ଜନ୍ମହାର କମିବା ଚିନ୍ତା ବଢାଇଛି। ଲିଙ୍ଗ ଅନୁପାତ ଏହିଭଳି ଭାବରେ ବଢ଼ିଚାଲିଲେ ଆଗକୁ ସମସ୍ୟା ଦେଖାଦେଇପାରେ ବୋଲି ସ୍ୱେଚ୍ଛାସେବୀମାନେ ଆଶଙ୍କା କରୁଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଶିକ୍ଷିତ ଲୋକେ ହିଁ କନ୍ୟା ସନ୍ତାନ ଅପଣାଇବା ପାଇଁ କୁଣ୍ଠାବୋଧ କରୁଛନ୍ତି।

Sex ratio

ନ୍ୟାସନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ ରିପୋର୍ଟ ଅନୁଯାଇ ଦେଶରେ ହଜାରେ ପୁଅରେ ଝିଅଙ୍କ ସଂଖ୍ୟା ୯୨୯ ଥିବା ବେଳେ ଓଡିଶାରେ ଏହା ୮୯୪ ରହିଛି। ସେହିପରି ଭାବରେ ସହରାଞ୍ଚଳରେ ପ୍ରତି ହଜ଼ାର ପୁଅଙ୍କ ତୁଳନାରେ ୯୫୦ ଝିଅ ଜନ୍ମ ନେଉଥିବା ବେଳେ ଗ୍ରାମାଞ୍ଚଳରେ ଏହି ସଂଖ୍ୟା ୮୮୫ ରହିଛି। ଏପରି ପରିସ୍ଥିତିରେ ସେକ୍ସ ରେସିଓ ସୁଧାରିବା ସରକାରଙ୍କ ପାଇଁ ବଡ଼ କାଠିକର ପାଠ ସାବ୍ୟସ୍ତ ହୋଇଛି।

Sex ratio

PCPNDT ଆକ୍ଟର ସଠିକ୍ ଉପଯୋଗ ନ ହେବା ଏବଂ ଦିନକୁ ଦିନ ଅଧିକରୁ ଅଧିକ ଗର୍ଭପାତ ହେବା ଏହାର ମୁଖ୍ୟ କାରଣ ରୂପେ ଉଭା ହୋଇଛି। କଟକ ଜିଲ୍ଲାରେ ପ୍ରତି ହଜାରେ ବାଳକ ସନ୍ତାନରେ ଶିଶୁ କନ୍ୟା ସଂଖ୍ୟା ୭୪୫ ରହିଥିବା ବେଳେ ଝାରସୁଗୁଡାରେ ତାହା ୭୯୩, ପୁରୀରେ ୭୮୨, ସୁନ୍ଦରଗଡ଼ରେ ୮୦୯ ଓ ଖୋର୍ଦ୍ଧାରେ ୮୧୦ ରହିଛି। ଝାରସୁଗୁଡା ଜିଲ୍ଲାରେ ୨୦୨୦-୨୧ରେ ଗର୍ଭପାତ ସଂଖ୍ୟା ୪୬୫ ରହିଥିବା ବେଳେ ଏହା ୨୦୨୧-୨୨ରେ ୫୭୪ ଏବଂ ୨୦୨୨-୨୩ରେ ଏହା ୭୬୩କୁ ବୃଦ୍ଧି ପାଇଛି। ଏଥିନେଇ ଝାରସୁଗୁଡା ଜିଲ୍ଲାପାଳ ଏକ ଉଚ୍ଚସ୍ତରୀୟ ବୈଠକ ବସାଇବା ସହିତ ବେଆଇନ୍ ଭାବେ ଚାଲୁଥିବା ଅଲ୍ଟ୍ରାସାଉଣ୍ଡ କ୍ଲିନିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button