ରାଜ୍ୟ

ଡିସେମ୍ବର ସୁଦ୍ଧା ସରିବ ୪ର୍ଥ ପର୍ଯ୍ୟାୟ ‘୫-ଟି’ ହାଇସ୍କୁଲ ରୂପାନ୍ତରଣ – Ibnodisha

[ad_1]

ଭୁବନେଶ୍ୱର : ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ‘୫-ଟି’ ହାଇସ୍କୁଲ ରୂପାନ୍ତରୀକରଣରେ ସାମିଲ ବିଦ୍ୟାଳୟରଗୁଡ଼ିକର ଲୋକାର୍ପଣ ପ୍ରକ୍ରିୟା ଚଳିତବର୍ଷ ଶେଷ ସୁଦ୍ଧା ଶେଷ ହେବ। ଗତ ୩ଟି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ୬ ହଜାର ୧୫୧ଟି ସ୍କୁଲକୁ ଲୋକାର୍ପଣ କରିଛନ୍ତି। ଚତୁର୍ଥ ପର୍ଯ୍ୟାୟର ଚିହ୍ନଟ ସ୍କୁଲ ରୂପାନ୍ତରଣ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏଥିରେ ପ୍ରାୟ ୧୭ଶହ ସ୍କୁଲକୁ ବିଭାଗ ସାମିଲ କରିଛି। ସେହିପରି ନିଯୁକ୍ତି ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଥମ ପର୍ଯ୍ୟାୟରେ ୧,୦୭୬ସ୍କୁଲ, ଦ୍ୱିତୀୟ ପର୍ଯ୍ୟାୟରେ ୨,୯୦୮ ଓ ତୃତୀୟ ପର୍ଯ୍ୟାୟରେ ୨୧୫୧ ସ୍କୁଲ ଲୋକାର୍ପଣ କରାଯାଇଥିବା ବେଳେ ଶେଷ ପର୍ଯ୍ୟାୟ ହାଇସ୍କୁଲ ରୂପାନ୍ତରଣ ପାଇଁ କାର୍ଯ୍ୟ ଜାରି ରହିଛି। ଏହି ପର୍ଯ୍ୟାୟରେ ରାଜ୍ୟର ବ୍ଲକ୍‌ ଗ୍ରାଣ୍ଟ ସ୍କୁଲଗୁଡ଼ିକୁ ମଧ୍ୟ ସାମିଲ୍ କରାଯିବା ନେଇ ଲକ୍ଷ୍ୟ ରହିଛି। ଗତ ୩ ପର୍ଯ୍ୟାୟରେ ୬୧୩୫ଟି ସ୍କୁଲର ନବକଳେବର ଓ ଲୋକାର୍ପଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସଂପୂର୍ଣ୍ଣ ହୋଇଥିବା ବେଳେ ଶେଷ ପର୍ଯ୍ୟାୟ ପାଇଁ ୧୭୭୧ଟି ବିଦ୍ୟାଳୟ ଚିହ୍ନଟ କରାଯାଇଛି। ଡିସେମ୍ବର ସୁଦ୍ଧା ରୂପାନ୍ତରଣ ପ୍ରକ୍ରିୟା ଶେଷ ପରେ ଡିସେମ୍ବର ମାସରେ ‘୫-ଟି’ ସ୍କୁଲ ଲୋକାର୍ପଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button