ଅପରାଧ

ଦୁବାଇରେ ରହି ସ୍ତ୍ରୀର ମର୍ଡର ପ୍ଲାନ ରଚିଲା ସ୍ୱାମୀ; ଶେଷରେ ନେଲା ଏଭଳି ଚରମ ନିଷ୍ପତ୍ତି…. – Ibnodisha

[ad_1]

ଲକ୍ଷ୍ନୌ: ଦୁବାଇରେ ରହି ସ୍ତ୍ରୀର ମର୍ଡର ପ୍ଲାନ ରଚିଲା ସ୍ୱାମୀ । ସ୍ତ୍ରୀକୁ ରାସ୍ତାରୁ ହଟାଇବା ପାଇଁ ପୂର୍ବରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ସ୍ୱାମୀ । ହତ୍ୟା ପାଇଁ ନିଜ ଚାରି ଭାଇଙ୍କୁ ସୁପାରୀ ଦେଇଥିଲା ସ୍ୱାମୀ । ଉତ୍ତରପ୍ରଦେଶ ଫତେହପୁରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କୁ ୪ଜଣ ମିଶି ଗଣଦୁଷ୍କର୍ମ କରିବା ସହ ନିର୍ମମ ଭାବେ ହତ୍ୟା କରିଛନ୍ତି । ହତ୍ୟା କରି ମୃତଦେହକୁ ପାଣି ଟାଙ୍କିରେ ଫିଙ୍ଗିଦେଇଥିଲେ ୪ଅଭିଯୁକ୍ତ । ପୋଲିସ ତଦନ୍ତ ପରେ ସବୁ ସତ ସାମ୍ନାକୁ ଆସିଛି । ଏଥିସହ ଘଟଣାରେ ସଂପୃକ୍ତ ୪ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ସ୍ୱାମୀ ଦୁବାଇରେ ଥିବା ସୂଚନା ମିଳିଛି । ସୂଚନାନୁଯାୟୀ ଘଟଣାଟି ଜାନୁଆରୀ ୨୦ରେ ଘଟିଥିଲା ।

ଫତେହପୁରରେ ଥିବା ଏକ ନିର୍ମାଣାଧୀନ ପାଣିଟାଙ୍କିରୁ ମିଳିଥିଲା ମହିଳାଙ୍କ କ୍ଷତବିକ୍ଷତ ମୃତଦେହ । ମୃତଦେହଟି କାହାର ସେନେଇ କେହି ସ୍ପଷ୍ଟ କରି ପାରିନଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଥିଲା । ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଗଣଦୁଷ୍କର୍ମ ହୋଇଥିବା ଜଣାପଡିଥିଲା । ଏଥିସହ ମୁଣ୍ଡରେ ଗଭୀର ଆଘାତ ଏବଂ ଅତ୍ୟଧିକ ରକ୍ତସ୍ରାବ ହେତୁ ମୃତ୍ୟୁ ହୋଇଥିବା ପୋଲିସ କହିଛି । ପୋଲିସ ସବୁ ଦିଗକୁ ନେଇ ତଦନ୍ତ କରିଥିଲା । ପୋଲିସର ତଦନ୍ତ ଅନୁଯାୟୀ ମହିଳାଙ୍କୁ ହତ୍ୟା କରିବା ପାଇଁ ତାଙ୍କ ସ୍ୱାମୀ ଖୋଦ୍ ଦୁବାଇରୁ ବସି ପ୍ଲାନ କରିଥିଲେ । ସେଥିପାଇଁ ନିଜ ୪ଭାଇଙ୍କୁ ଏହି ଦାୟିତ୍ୱ ଦେଇଥିଲେ । ୪ଅଭିଯୁକ୍ତ ମହିଳାଙ୍କ ବାପ ଘରକୁ ଯାଇ ତାଙ୍କୁ ମେଳା ବୁଲାଇନେବା ବାହାନାରେ ସାଙ୍ଗରେ ଆଣି ଦୁଷ୍କର୍ମ କରିଥିଲେ । ପରେ ହତ୍ୟା କରି ପଥରରେ ମୁହଁକୁ ଛେଚି ବିକୃତ କରିଦେଇଥିଲେ । ଏହାପରେ ପାଣିଟାଙ୍କିରେ ଫିଙ୍ଗି ଚାଲିଯାଇଥିଲେ । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସେମାନେ ସବୁ କଥା କହିଥିଲେ । ମହିଳାଙ୍କ ସ୍ୱାମୀ ତଥା ଅଭିଯୁକ୍ତଙ୍କ ଭାଇ ସୁପାରୀ ଦେଇଥିବା ସେମାନେ କହିଥିଲେ । ପଞ୍ଚମ ତଥା ଅଭିଯୁକ୍ତ ସ୍ୱାମୀକୁ ଖୁବଘୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button