ମନୋରଞ୍ଜନ

କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ମା’ ହେବାର ଅନୁଭବ ବଖାଣିଲେ ସ୍ବରା – Ibnodisha

[ad_1]

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର ନିଜର ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ଥାଆନ୍ତି। ସ୍ବରା ନିକଟରେ କନ୍ୟା ସନ୍ତାନର ମା’ ହେବାର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି।

ସ୍ବାରା ଓ ଫହଦ ଅହମ୍ମଦଙ୍କ ଘରକୁ ଲକ୍ଷ୍ମୀଙ୍କ ଆଗମନ ହୋଇଛି।  ଅଭିନେତ୍ରୀ ସ୍ବରା ଭାସ୍କର ସେପ୍ଟେମ୍ବର ୨୩ ଅର୍ଥାତ୍‌ ଗତଶନିବାର ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ। ମା’ ଓ ବାପା ହେବାପରେ ସ୍ବରା ଓ ଫହାଦ ଦୁହେଁ ଦିଲ୍ଲୀରେ ଅଛନ୍ତି।

ହସ୍ପିଟାଲରେ ଥାଇ ସ୍ବରା ସ୍ବାମୀ ଓ ନବଜାତଶିଶୁ ସହିତ ଗୋଟିଏ ପରେ ଗୋଟିଏ ଫଟୋ ପୋଷ୍ଟ କରିଥିଲେ। ସମ୍ପ୍ରତି ସ୍ବରା ମା’ ହେବା ପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସ୍ବରା କହିଛନ୍ତି, ‘ଅନ୍ତସତ୍ତ୍ବା  ହେବାର ନଅମାସର ଯାତ୍ରା ମୋର ପାଇଁ ଏକ ଆର୍ଶୀବାଦ ଥିଲା। ମୁଁ ଏଯାବତ ଯେତେ ବି କାମ କରିଛି ଏହା ମୋ ଠାରୁ ସବୁଠାରୁ କଷ୍ଟ କାମ ଥିଲା। ଏହି ଯାତ୍ରାର ଅନୁଭବକୁ ଶବ୍ଦରେ ବଖାଣି ପାରିବି ନାହିଁ। ମା’ ହେବା ପୂର୍ବର ଓ ମା’ ହେବା ପରର ଅନୁଭୂତି ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ ରହିଛି। ଝିଅର ମା’ ହେବାପରେ ଜାଣି ପାରୁଛି କାହିଁକି ମା’କୁ ଭଗବାନଙ୍କ ଠାରୁ ଉପରେ ସ୍ଥାନ ଦିଆଯାଇଛି।’

ସୂଚନାଯୋଗ୍ୟ, ସ୍ବରା ଏବଂ ଫହାଦ ଫେବୃଆରି ୨୦୨୩ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହର ଖୁବଅଳ୍ପ ଦିନ ମଧ୍ୟରେ ସ୍ବରା ଜୁନ୍‌ରେ ଗର୍ଭବତୀ ଥିବା ନେଇ ସୂଚନା ଦେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button