ଦ୍ବିତୀୟ ପତ୍ନୀଙ୍କୁ ଘରେ ଛାଡ଼ି ପ୍ରଥମ ପତ୍ନୀଙ୍କୁ ନେଇ ‘ବିଗ୍ବସ୍’ ଯିବେ ୟୁଟ୍ୟୁବର୍ ଅର୍ମାନ – Ibnodisha

[ad_1]

ନୂଆଦିଲ୍ଲୀ: ୟୁଟ୍ୟୁବର୍ ଅର୍ମାନ ମଲ୍ଲିକ ଖୁବ୍ ଲୋକପ୍ରିୟ। ଅର୍ମାନ ବିଶେଷ ଭାବେ ତାଙ୍କ ୨ ଜଣ ପତ୍ନୀ ପାୟଲ୍ ମଲ୍ଲିକ ଓ କୃର୍ତ୍ତିକା ମଲ୍ଲିକଙ୍କୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ନିକଟ ଅତୀତରେ ଅର୍ମାନଙ୍କ ୨ ଜଣ ପତ୍ନୀ ମିଶି ୩ ଜଣ ପିଲାଙ୍କୁ ଜନ୍ମ ଦେଇଛନ୍ତି। ନିକଟରେ ସେ ୨ ଜଣ ଶିଶୁ ପୁତ୍ର ଓ ଜଣେ ଶିଶୁ କନ୍ୟାର ବାପା ବନି ସାରିଛନ୍ତି। ତେବେ ଆପଣ ଜାଣିଥିବେ ଯେ ଅର୍ମାନଙ୍କର ପୂର୍ବରୁ ତାଙ୍କ ପ୍ରଥମ ପତ୍ନୀ ପାୟଲ୍ଙ୍କ ସହ ଏକ ପୁଅ ଅଛି। ତାଙ୍କର ସେହି ବଡ଼ ପୁଅର ନାମ ଚିରାୟୁ ମଲ୍ଲିକ।
ଏବେ ମଲ୍ଳିକ ପରିବାରକୁ ଦେଶରୁ ନେଇ ଦେଶ ବାହାର ପର୍ଯ୍ୟନ୍ତ ଲୋକ ଜାଣନ୍ତି। କିନ୍ତୁ ଦିନେ ଏକ ସମୟ ଥିଲା, ଯେତେବେଳେ ୟୁଟ୍ୟୁବର୍ ଅର୍ମାନ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ହେଲେ ତାଙ୍କ ପତ୍ନୀମାନେ ତାଙ୍କୁ ସମ୍ଭାଳି ନେଇଥିଲେ। ଆଜି ଅର୍ମାନ ଏକ ବଡ଼ ନାମ। ଶୁଣିବାକୁ ମିଳୁଛି ଯେ ତାଙ୍କୁ ବିଗ୍ବସ୍ରେ ବି ଦେଖିବାକୁ ମିଳିପାରେ।
ବିଗ୍ବସ୍-୧୭କୁ ନେଇ ସମସ୍ତେ ବେଶ୍ ଉତ୍ସାହିତ ଅଛନ୍ତି। ଏଥର ଥିମ୍ ରହିଛି ‘କପଲ୍ ଭର୍ସେସ ସିଙ୍ଗଲ୍’। ଏଥର ଅନେକ ଟିଭି ତାରକା ଓ ୟୁଟ୍ୟୁବର୍ମାନଙ୍କୁ ଦେଖିବାକୁ ମିଳିବ। ତେବେ ଶୁଣିବାକୁ ମିଳୁଛି ଅର୍ମାନ ନିଜ ପ୍ରଥମ ପତ୍ନୀ ପାୟଲଙ୍କୁ ଧରି ‘ବଗ୍ବସ୍’ ଗୃହରେ ପ୍ରବେଶ କରିପାରନ୍ତି।
‘ବିଗ୍ବସ୍-୧୭’ ପାଇଁ ଏବେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଧୀରେ ଧୀରେ ସୋ’କୁ ନେଇ ବିଭିନ୍ନ ତଥ୍ୟ ପଦାକୁ ଆସିବାକୁ ଲାଗୁଛି। ତେବେ ଅର୍ମାନ କୃର୍ତ୍ତିକାଙ୍କୁ ଛାଡ଼ି ପାୟଲଙ୍କୁ ନେଇ ଯିବାକୁ ସ୍ଥିର କରିଥିବା କାରଣରୁ ତାଙ୍କୁ ଅନେକ ଲୋକ ସମାଲୋଚନା କରୁଛନ୍ତି।
[ad_2]