ମନୋରଞ୍ଜନ

ଶେଷକୃତ୍ୟ ପାଇଁ ବାପାଙ୍କ କୋକେଇ କାନ୍ଧେଇ ନେଲା ବେଳେ କାନ୍ଦି ପକାଇଲେ ଅଙ୍କିତା ଲୋଖଣ୍ଡେ – Ibnodisha

[ad_1]

ମୁମ୍ବାଇ: ଆଜି ମୁମ୍ବାଇସ୍ଥିତ ଓଶିୱାରା ଶ୍ମଶାନକୁ ବାପା ଶଶୀକାନ୍ତ ଲୋଖଣ୍ଡେଙ୍କ କୋକେଇ କାନ୍ଧେଇ ନେବା ବେଳେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ କାନ୍ଦି ପକାଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ସ୍ବର୍ଗତ ଶଶୀକାନ୍ତଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରିବା ଲାଗି ଶ୍ରଦ୍ଧା ଆର୍ଯ୍ୟଙ୍କ ସମେତ ଅନେକ ସେଲିବ୍ରିଟି ଓଶିୱାରା ଶ୍ମଶାନରେ ପହଞ୍ଚିଥିଲେ। ଶନିବାର ଦିନ ୬୮ ବର୍ଷ ବୟସରେ ଶଶୀକାନ୍ତଙ୍କର ଦେହାନ୍ତ ହୋଇଯାଇଥିଲା। ସେ କୌଣସି ଏକ ବ୍ୟାଙ୍କ୍‌ରେ ଚାକିରି କରୁଥିଲେ।

ବାପାଙ୍କ ଶବସତ୍କାର ବେଳେ କାନ୍ଦି କାନ୍ଦି ଅଧୀର ହୋଇପଡୁଥିବା ଅଙ୍କିତାଙ୍କୁ ମାଆ ବନ୍ଦନା ପାଣ୍ଡିସ୍‌ ଲୋଖଣ୍ଡେ ସାନ୍ତ୍ବନା ଦେଉଥିବା ଦେଖାଯାଇଥିଲା। ଅଙ୍କିତାଙ୍କ ସ୍ବାମୀ ଭିକି ଜୈନ୍‌ ମଧ୍ୟ ଦୁଃଖରେ ମ୍ରିୟମାଣ ହୋଇଥିବା ପରି ମନେହେଉଥିଲା।

Image Courtesy of Telly Chakkar

ଏହା ପୂର୍ବରୁ ପ୍ରଚଳିତ ପ୍ରଥା ଭଙ୍ଗ କରି ଅଙ୍କିତା ବାପାଙ୍କ ଶବ-କୋକେଇ କାନ୍ଧରେ ବୋହି ନେଇଥିଲେ। ସୂଚନାଯୋଗ୍ୟ, ସାମାଜିକ ରୀତିନୀତି ଅନୁସାରେ ସାଧାରଣତଃ ମହିଳାମାନେ କୋକେଇ କାନ୍ଧରେ ବୋହିବାର ବିଧି ନାହିଁ।

ଉଲ୍ଲେଖଯୋଗ୍ୟ, ଶଶୀକାନ୍ତଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ନ ଥିଲେ ବି ସେ କିଛି ଦିନ ହେବ ଅସୁସ୍ଥ ଥିଲେ ବୋଲି ଏକାଧିକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। କିନ୍ତୁ, ବାପାଙ୍କ ମୃତ୍ୟୁର କାରଣ ସମ୍ବନ୍ଧରେ ଅଙ୍କିତା ଓ ଭିକି ଔପଚାରିକ ଭାବେ କୌଣସି ବିବୃତି ଦେଇ ନାହାନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button